କାମାକ୍ଷାନଗର: କାମାକ୍ଷାନଗରରେ ସଡ଼କ ଦୁର୍ଘଟଣାରେ ଜଣେ ଗୁରୁତର ହୋଇଥିବାର ଖବର ମିଳିଛି। ଗୁରୁତର ଜଣକ ହେଲେ କାମାକ୍ଷାନଗର ଥାନା ରାଇବୋଲ ପଞ୍ଚାୟତ ହରିଡାପଦା ଗ୍ରାମର ମହେଶ୍ୱର ମୁଣ୍ଡା (୩୮)।
ସୂଚନା ଅନୁସାରେ ମହେଶ୍ୱର ଆଜି ସକାଳେ ଏକ ବାଇକ ଯୋଗେ ବନ୍ଦାଣିଆରୁ ନିଜ ଗ୍ରାମକୁ ଫେରୁଥିବା ବେଳେ ବନ୍ଦାଣିଆ ଛକ ନିକଟରେ ଏକ ଟ୍ରକ ତାଙ୍କୁ ସାଇଡ ମାରିଥିଲା। ଫଳରେ ସେ ସେଠାରେ ଗୁରୁତର ଅବସ୍ଥାରେ ପଡ଼ି ରହିଥିଲେ। ଖବର ପାଇ ସ୍ଥାନୀୟ ଲୋକେ ଖବର ପାଇ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତାଙ୍କ ମୁହଁ ଓ ଗୋଡ଼ରେ ଆଘାତ ଲାଗିଥିଲା ବେଳେ ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି।
ସଡ଼କ ଦୁର୍ଘଟଣାରେ ଜଣେ ଗୁରୁତର
/sambad/media/post_attachments/wp-content/uploads/2022/06/Accident_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)