କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଜିରିଡ଼ାମାଳି ରାଧାକୁଞ୍ଜସାହି ଛକରେ ମଙ୍ଗଳବାର ଅପରାହ୍ନରେ ପିଡିଏସ ଚାଉଳ ବୋଝେଇ ଟ୍ରକ ଧକ୍କାରେ ଜଣେ ଲୋକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ଦୀର୍ଘ ସମୟ ଧରି ଯାତାୟତ ପ୍ରଭାବିତ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ ଆଜି ଅପରାହ୍ନ ୩ଟା ୩୦ରେ ପିଡ଼ିଏସ ଚାଉଳ ବୋଝେଇ ଟ୍ରକ (ଓଆର ୦୬କେ ୧୯୬୧) କାନପୁରା ପଂଚାୟତର ଛେଲିଆବେଡ଼ା ଗାଁର ବ୍ରାହ୍ମନନ୍ଦ ନାୟକଙ୍କ ପୁଅ ବିଦ୍ୟାଧର ନାୟକ(୩୦) ଉପରେ ଚଢ଼ି ଯାଇଛି। ଘଟଣାସ୍ଥଳରେ ହିଁ ବିଦ୍ୟାଧରଙ୍କ ମୃତ୍ୟୁ ହୋଇଯାଇଥିଲା ଘଟଣାକୁ ପ୍ରତିବାଦ କରି ସ୍ଥାନୀୟ ବାସିନ୍ଦାମାନେ ଜାତୀୟ ରାଜପଥ ୫୩ ଅବରୋଧ କରିଛନ୍ତି।
ଅନୁଗୁଳ-ତାଳଚେର-କାମାକ୍ଷାନଗର-ଯାଜପୁର ରାସ୍ତା ଅବରୋଧ ହୋଇଛି। ରିପୋର୍ଟ ଲେଖାଯିବା ବେଳକୁ ଘଟଣାସ୍ଥଳରେ ଉତେଜନା ଦେଖାଯାଇଛି। ବିଦ୍ୟାଧର ପାଖ ଦୋକାନରୁ ପରିବା କିଣି ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ଉତ୍ତେଜନା ସ୍ଥଳରେ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି। ଅନ୍ୟପକ୍ଷରେ ରାସ୍ତା ଅବରୋଧ ଥିବାରୁ ଲୋକମାନେ ନାହିଁ ନଥିବା ହଇରାଣ ହେଉଛନ୍ତି।