ପିତୃହରା ବାଳିକାକୁ ଆପଣାଇଲେ ଜିଲ୍ଲା ପରିଷଦ ସଭ୍ୟ

ପର୍ଜଙ୍ଗ: ସାଆନ୍ଦା ପ˚ଚାୟତ ବାଇଗିଣିଆ ଗାଁରେ ଦନ୍ତାହାତୀ ଆକ୍ରମଣରେ ପ୍ରାଣ ହରାଇଥିବା ଚିତ୍ତର˚ଜନ ପାଣିଙ୍କ ବଡ଼ଝିଅ ରୁବିତା(୧୦)ଙ୍କୁ ଜିଲ୍ଲା ପରିଷଦ ସଭ୍ୟ ରଂଜନ ପଣ୍ଡା ପୋଷ୍ୟ କନ୍ୟା ଭାବେ ଗ୍ରହଣ କରିଛନ୍ତି। ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ, ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଶ୍ରୀ ପଣ୍ଡା ଏହା ପ୍ରକାଶ କରିଛନ୍ତି। ମୃତ ଚିତ୍ତର˚ଜନଙ୍କ ଦୁଇଟି ଝିଅ ଥିବାବେଳେ ପରିବାରର ଆର୍ଥିକ ଅବସ୍ଥା ଭଲ ନାହିଁ। ତେଣୁ ରୁବିତାଙ୍କୁ ପୋଷ୍ୟ କନ୍ୟା ଭାବେ ଗ୍ରହଣ କରିବା ପାଇଁ ଶ୍ରୀ ପଣ୍ଡା କହିବାରୁ ରୁବିତାଙ୍କ ମାଆ ଶକୁନ୍ତଳା ପାଣି ସହମତି ପ୍ରକାଶ କରିଥିଲେ। ରୁବିତାଙ୍କ ପାଠପଢ଼ା ଓ ବିବାହ ଖର୍ଚ୍ଚ ତୁଲାଇବାକୁ ଶ୍ରୀ ପଣ୍ଡା ପ୍ରତିଶ୍ରୁତି ଦେଇଥିଲେ। କାର୍ଯ୍ୟକ୍ରମରେ ସରସ୍ବତୀ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ସ˚ଜୟ ସାହୁ, ଆଚାର୍ଯ୍ୟ ହେମନ୍ତ ସାହୁ, ହାଇସ୍କୁଲ୍‌ ପ୍ରଧାନ ଶିକ୍ଷକ ସୁଶାନ୍ତ ସାହୁ, ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ବିନୋଦ ପଣ୍ଡା, ବିଭୂତି ପଣ୍ତା, ସନ୍ତୋଷ ପାଣି ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀ ପଣ୍ତାଙ୍କର ବିଟେକ୍‌ ପଢ଼ୁଥିବା ଗୋଟିଏ ଝିଅ ଥିଲେ ମଧ୍ୟ ରୁବିତାଙ୍କୁ ପୋଷ୍ୟକନ୍ୟା ଭାବେ ଗ୍ରହଣ କରିଥିବାରୁ ଅଞ୍ଚଳବାସୀ ତାଙ୍କୁ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର