ଅନୁସନ୍ଧାନ କରୁଥିବା ବର୍ଗ

ଢେଙ୍କାନାଳ

ପୁଅକୁ ଇଂଜିନିୟର କରିବା ପାଇଁ ସ୍ବପ୍ନ ଦେଖିଥିଲେ ଗରିବ ବାପା-ମା’, ଦ୍ରୁତଗାମୀ ଟ୍ରକ୍‌ ମାଡ଼ିଯିବାରୁ ମୃତ୍ୟୁ

କେନ୍ଦୁଝର/ପର୍ଜଙ୍ଗ: ଘଟଗାଁ ମା’ ତାରିଣୀ ଦର୍ଶନ କରିବାକୁ ସାଙ୍ଗ ସହିତ ବାଇକ୍‌ରେ ଯାଉଥିବା ବେଳେ କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ଜୁଡ଼ିଆଘାଟିରେ ଆଜି ସକାଳେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଢେଙ୍କାନାଳ ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ରେଳଲାଇନ୍‌ ମରାମତି ବେଳେ ଦୁର୍ଘଟଣା: ଜଣେ ଶ୍ରମିକଙ୍କ ମୃତ୍ୟୁ, ଅନ୍ୟ ଜଣେ ଗୁରୁତର

ଓଡ଼ାପଡ଼ା: ତାଳଚେର-ଡୁବୁରି ରେଳଲାଇନ୍‌ ମରାମତି ବେଳେ ଦୁର୍ଘଟଣା ଘଟିଛି। ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅଧୀନ ଭାଗାମୁଣ୍ଡା ଗ୍ରାମ ନିକଟ ରେଳଲାଇନ୍‌ରେ କାମ ଚାଲିଥିଲା ବେଳେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବିପିନ ନାୟକ (୫୦) ଓ ଗୁରତର ପ୍ରକାଶ ନାୟକଙ୍କୁ ଡାକ୍ତରଖାନାରେ…
ଅଧିକ ଖବର ଦେଖନ୍ତୁ...

ଥାନା ନିକଟରେ ବାଇକ୍‌ ଆରୋହୀଙ୍କୁ ଚାପିଦେଲା ଦ୍ରୁତଗାମୀ ଟ୍ରକ୍‌, ୨ ଯୁବକଙ୍କ ମୃତ୍ୟୁ

ଓଡ଼ାପଡ଼ା:  ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅଧୀନ କଣ୍ଟାବଣିଆ ଥାନା ଠାରୁ ଦୁଇ ଶହ ମିଟର ଦୂରରେ ବାଇକ୍‌ ଆରୋହୀ ଦୁଇ ଯୁବକଙ୍କୁ ଟ୍ରକ୍ ଧକ୍କା ଦେଇଛି। ଏଥିରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଆଶିଷ ରଂଜନ ସାମଲ (୨୪) ଓ ଚିତ୍ତରଂଜନ ସାହୁ (୨୫)। ସୂଚନା ଅନୁସାରେ…
ଅଧିକ ଖବର ଦେଖନ୍ତୁ...

ଦୁଇମାସରେ ଦ୍ବିତୀୟ ଅଘଟଣ: ଇଟାଭାଟିରେ ଚାଲିଗଲାଣି ୬ ଜୀବନ

ଭୁବନେଶ୍ବର/ଓଡ଼ାପଡ଼ା: ଦୁଇମାସ ପରେ ପୁଣି ଥରେ ଇଟାଭାଟିରେ ଅଘଟଣ ଘଟିଛି। ଇଟାଭାଟିରେ ପ୍ରାୟ ୨ ମାସରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ବାରମ୍ବାର ଅଘଟଣ ଘଟୁଥିବା ବେଳେ ବେଆଇନ ଇଟାଭାଟି ଉପରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରଶାସନ…
ଅଧିକ ଖବର ଦେଖନ୍ତୁ...

ଇଟାଭାଟିରେ ଶ୍ବାସରୁଦ୍ଧ ହୋଇଗଲେ ଗୋଟିଏ ପରିବାର; ନାବାଳକ ସମେତ ୩ ମୃତ

ଓଡ଼ାପଡ଼ା: ଇଟାଭାଟିରେ ଶ୍ବାସରୁଦ୍ଧ ହୋଇ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ମୃତ୍ୟୁ ସହତ ସଂଗ୍ରାମ କରୁଛନ୍ତି। ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା କମଳାଙ୍ଗ ଗାଁ ନିକଟରେ ଆଜି ଏହି ଅଘଟଣ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ୭ ବର୍ଷର ନାବାଳକ ଥିବା ସୂଚନା ରହିଛି। ମୃତକମାନେ ହେଲେ…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାଗ୍ରସ୍ତ ଗାଡ଼ିରେ ପୁଳାପୁଳା ଟଙ୍କା: ଜଣେ ଫେରାର, ୨ ଆହତ ଡାକ୍ତରଖାନାରେ ଭର୍ତ୍ତି

ଢେଙ୍କାନାଳ: ଦୁର୍ଘଟଣାଗ୍ରସ୍ତ କାର ଭିତରୁ ପୁଳା ପୁଳା ଟଙ୍କା ଜବତ କରିଛି ଢେଙ୍କାନାଳ ସଦର ଥାନା ପୁଲିସ। ଜବତ ଟଙ୍କା ଗଣତି ହୋଇ ନଥିବାରୁ ପୁଲିସ କୌଣସି ସୂଚନା ଦେଇନାହିଁ। ଉକ୍ତ କାରରେ ଥିବା ୩ଜଣଙ୍କ ଭିତରୁ ଜଣେ ଖସି ପଳାଇଥିଲାବେଳେ ଅନ୍ୟ ୨ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି…
ଅଧିକ ଖବର ଦେଖନ୍ତୁ...

ନିଜ ବନ୍ଧୁକରୁ ଗୁଳିକରି ବ୍ୟବସାୟୀଙ୍କ ଆତ୍ମହତ୍ୟା

ଢେଙ୍କାନାଳ: ସଦର ଥାନା ଅଞ୍ଚଳର ଜଣେ ବ୍ୟବସାୟୀ ଆଜି ସନ୍ଧ୍ୟାରେ ନିଜ ବନ୍ଧୁକରେ ଗୁଳିକରି ଆତ୍ମହତ୍ୟା କରିଛନ୍ତି। ମୃତ ବ୍ୟବସାୟୀ ହେଲେ ବଳରାମ ସାହୁ(୬୨)। ସୂଚନା ଅନୁସାରେ ବ୍ୟବସାୟୀ ବଳରାମ ସାହୁ ଆଜି ସନ୍ଧ୍ୟାରେ କାଲଟ୍ୟାକ୍ସ ଛକସ୍ଥିତ ନିଜ ଘର ସମ୍ମୁଖରେ ଗୁଳିକରି ଟଳି ପଡ଼ିଥିଲେ। ଖବର…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀଙ୍କୁ ଭେଟିପାରିଲେନି ନିଖୋଜ ପିହୁର ମା’: ଅନ୍ୟ ପରିବାରର ୧୩ ସଦସ୍ୟଙ୍କ ସହ ବାଟରୁ ଉଠାଇନେଲା ପୁଲିସ

ଢେଙ୍କାନାଳ: ଦିନିକିଆ ସମ୍ବଲପୁର ଗସ୍ତରେ ଆସୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ସାକ୍ଷାତ କରି ଅଭିଯୋଗ ଜଣାଇବା ଲାଗି ଯାଉଥିବା ଯାଜପୁର ଅଞ୍ଚଳର ନିଖୋଜ ଝିଅ ପିହୁର ମା’ ସମେତ ଅନ୍ୟାନ୍ୟ ହତ୍ୟାକାଣ୍ଡ ଆଦିର ୭ ପୀଡ଼ିତ ପରିବାରର ୧୩ ଜଣ ସଦସ୍ୟଙ୍କୁ ଢେଙ୍କାନାଳ ପୁଲିସ ଅଧା ବାଟରୁ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀଙ୍କୁ ଦେଖା କରିବାକୁ ଯାଉଥିବା ବେଳେ ଢେଙ୍କାନାଳରେ ପୁଲିସ ଦ୍ୱାରା ୭ ପରିବାର ଅଟକ

ଢେଙ୍କାନା: ଆଜି ସମ୍ବଲପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିଯୋଗ କରିବାକୁ ଯାଉଥିବା ବେଳେ ଢେଙ୍କାନାଳ ପୁଲିସ ଗୋବିନ୍ଦପୁର ଫାଣ୍ଡି ରେ ୭ ପରିବାର ସଦସ୍ୟଙ୍କୁ ଅଟକ ରଖିଛି। ନ୍ୟୟ ପାଇଁ ଲଢେଇ ପରିବାରକୁ ସମ୍ବଲପୁର ମୋଦୀଙ୍କ ସଭାକୁ ଯିବାବେଳେ ଅଧାବାଟରୁ ଉଠେଇ ନେଇଛି ପୁଲିସ।…
ଅଧିକ ଖବର ଦେଖନ୍ତୁ...

ବିଲକୁ ଯାଇଥିଲେ ବୃଦ୍ଧ, କଚାଡ଼ି ଦେଲା ହାତୀ

ଯୋରନ୍ଦା: ଢେଙ୍କାନାଳ ଜିଲ୍ଲା ଷଡ଼ଙ୍ଗୀ ରେଞ୍ଜ ଗଁଦିଆ ବ୍ଲକ କାବରା ପଞ୍ଚାୟତ ହରଡବେରଣା ଗ୍ରାମ ଠାରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ଶୋଚନୀୟ ମ୍ରୃତ୍ୟୁ ହୋଇଛି। ସୂଚନା ଅନୁସାରେ ଆଜି ସକାଳେ ହରଡବେରଣା ଗ୍ରାମର ନାରାୟଣ ଭୋଇ(୬୫) ଘର ନିକଟ ବିଲକୁ ଯାଇଥିବା ବେଳେ ହାତୀ ହାବୁଡରେ ପଡ଼ିଥିଲେ।…
ଅଧିକ ଖବର ଦେଖନ୍ତୁ...