ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ନିହାଲପ୍ରସାଦ ଥାନା ଅନ୍ତର୍ଗତ ପିଙ୍ଗୁଆ ବଜାରରେ ଜଣେ ପୁଲିସ କର୍ମଚାରୀଙ୍କ ବାଇକ ପୋଡ଼ି ଅଭିଯୋଗରେ ଦୁଇ ଅଭିଯୁକ୍ତ ଗିରଫ ହୋଇଥିବାର ଖବର ମିଳିଛି। ଗତ ୩ତାରିଖ ରାତିରେ ବାଇକ ପୋଡ଼ି ଅଭିଯୋଗରେ ନିହାଲପ୍ରସାଦ ଥାନା ପୁଲିସ ଏଥିରେ ସମ୍ପୃକ୍ତ ଦୁଇଜଣଙ୍କୁ ଗିରଫ କରିଛି।

Advertisment

ପୁଲିସ ସୂତ୍ରରୁ ପ୍ରକାଶ, ଯେ ଗତ ୩ ତାରିଖ ରାତିରେ ନିହାଲପ୍ରସାଦ ପୁଲିସ ପାଟ୍ରୋଲିଙ୍ଗି ଟିମ୍ ପିଙ୍ଗୁଆକୁ ଯାଇଥିଲା। ଉକ୍ତ ବଜାରରେ ବେଆଇନ ଭାବରେ ବାଣ ନ ବିକିବାକୁ ଦୋକାନୀଙ୍କୁ ତାଗିଦ କରିଥିଲା। ହେଲେ ପୁଲିସ ଗାଡ଼ି ଗଲାପରେ ପୁଣି ସେଠାରେ ବାଣ ବିକ୍ରି ଚାଲିଥିଲା। ସେଠାରେ ପୂର୍ବରୁ ସାଦା ପୋଷାକରେ ଉକ୍ତ ଥାନାର ଜଣେ କନେଷ୍ଟବଳ ଘଟଣାସ୍ଥଳରେ ଥିଲେ ଓ ଗୋଟିଏ ବାଣ ଦୋକାନକୁ ଯାଇ ତୁମକୁ ମନାକଲା ପରେ କାହିଁକ ବାଣ ବିକୁଛ ବୋଲି କହିବା ସହିତ ସେଠାରେ ଥିବା ବାଣ ସବୁକୁ ଫିଙ୍ଗିଦେଇଥିଲେ ଓ ଉକ୍ତ ଦୋକାନୀଙ୍କୁ ତାଗିଦ କରିଥିଲେ।

ଏହାପରେ ଉକ୍ତ ପୁଲିସ କର୍ମଚାରୀଙ୍କର ବାଇକକୁ.କେହି ନିଆଁ ଲଗାଇ ଦେଇଥିଲା ଓ ବାଇକଟି ପୋଡ଼ି ଯାଇଥିଲା। ଏହି ବାଇକ ପୋଡ଼ି ଘଟଣାରେ ପିଙ୍ଗୁଆ ଗ୍ରାମର ଦୁଇ ଅଭିଯୁକ୍ତ ନିରଞ୍ଜନ ସାହୁ (୪୧)  ଓ ସାଇଲନ ସାହୁ (୩୧)ଙ୍କୁ ପୁଲିସ ଗିରଫ କରିଥିଲା।  କେସ ନଂ ୨୨୫ରେ ଏକ ମାମଲା ରୁଜୁ କରାଯାଇ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବାର ଥାନା ଅଧିକାରୀ ଜିତେନ୍ଦ୍ର ସାହୁ ପ୍ରକାଶ କରିଛନ୍ତି।