ହାତୀ ଆକ୍ରମଣରେ ପୁଲିସ କର୍ମଚାରୀ ଗୁରୁତର

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ବ୍ଲକ୍ ଅନ୍ତର୍ଗତ ତୁମୁସିଙ୍ଗା ଥାନାରେ କାର୍ଯ୍ୟରତ ପୁଲିସ କର୍ମଚାରୀ ହୃଷିକେଶ ନାୟକ ଆଜି ଥାନାରୁ କାମ ସାରି ନିଜ ଘର କାମାକ୍ଷାନଗର ସାରୁଆଳି ପଞ୍ଚାୟତର ବାମ୍ପୁ ଗାଁକୁ ଫେରୁଥିବା ସମୟରେ କଦଳୀପାଳ ନିକଟରେ ଗୋଟିକିଆ ଦନ୍ତାହାତୀ ଆକ୍ରମଣ କରିଥିଲା।

ଏହାଫଳରେ ସେ ଗୁରୁତର ଆହତ ହୋଇ ପ୍ରଥମେ କାମାକ୍ଷାନଗର ଡାକ୍ତରଖାନାରେ ଚିକିତ୍ସିତ ହୋଇ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି।

 

ସମ୍ବନ୍ଧିତ ଖବର