କୁକୁର ଆକ୍ରମଣରେ ଗର୍ଭବତୀ ଶମ୍ବର ମୃତ

ପାଇକସାହି/ ବନ୍ତଳା: ଅନୁଗୁଳ ରେଞ୍ଜ ପୁରୁଣାକୋଟ ଥାନା କୃଷ୍ଣଚନ୍ଦ୍ରଗଡ଼ ସଂରକ୍ଷିତ ଜଙ୍ଗଲର ପମ୍ପାସର ପାହାଡ଼ ନିକଟରେ ଆଜି ସକାଳେ କୁକୁର ଆକ୍ରମଣରେ ଏକ ଗର୍ଭବତୀ ଶମ୍ବରର ମୃତ୍ୟୁ ଘଟିଛି। ଖବର ପାଇ ରେଞ୍ଜ ଅଧିକାରୀ ସତ୍ୟବ୍ରତ ପ୍ରଧାନଙ୍କ ନିର୍ଦେଶରେ ଡେପୁଟି ରେଞ୍ଜର ଜୟନ୍ତ ସାହୁ, ଜିଲ୍ଲା ଉପପ୍ରାଣୀ ନିର୍ଦେଶକ ଡ. ଭରତ ଚନ୍ଦ୍ର ଗଡ଼ନାୟକ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ କରାଇଥିଲେ। ଶମ୍ବର ପେଟରୁ ଏକ ମୃତ ଛୁଆ ବାହାରିଥିଲା। ପରେ ଗାତ ଖୋଳି ସେହି ସ୍ଥାନରେ ମୃତ ଶମ୍ବର ଓ ଛୁଆକୁ ପୋତିି ଦିଆଯାଇଥିଲା।

ସମ୍ବନ୍ଧିତ ଖବର