ଦାଉସାଧିଲା ବର୍ଷା :ଶହ ଶହ ଏକର ଜମି ପାଣିରେ ବୁଡ଼ିଲା

ଢେଙ୍କାନାଳ: ଦାଉ ସାଧିଲାଣି ଲଗାଣ ବର୍ଷା। ସଦର ବ୍ଲକର କାଙ୍କଡ଼ପାଳ ଓ ଚାଉଳିଆ ଆର୍‌ଆଇ ସର୍କଲର ଶହ ଶହ ଏକର ଧାନ ଜମି ପାଣିରେ ବୁଡ଼ି ରହିଛି। ଚାଷୀକୁଳ ଚିନ୍ତାଗ୍ରସ୍ତ ହୋଇପଡ଼ିଛି। ଗତ ୧୯ ତାରିଖ ରାତିରୁ ଲଘୁଚାପ ବର୍ଷା ଲାଗିରହିଛି। ଅଞ୍ଚଳରେ ଚାଷଜମି

ଓ ରାସ୍ତା ପାଣିରେ ବୁଡ଼ି ଏକାକାର ହୋଇଯାଇଛି। ଫଳରେ ଗମନାଗମନ ବାଧାପ୍ରାପ୍ତ ହେଉଛି। କାଙ୍କଡପାଳ, ଚାଉଳିଆ ଓ ମଣ୍ଡାପାଳ ଗ୍ରାମର ୬୦୦ରୁ ଉର୍ଦ୍ଧ୍ୱ ଏକର ଚାଷ ଜମି ଜଳମଗ୍ନ ହୋଇଛି। ପାଣି ଖଲାସ ହୋଇପାରୁନାହିଁ। ଜିଲ୍ଲା ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି।

ସମ୍ବନ୍ଧିତ ଖବର