ଆଠମଲ୍ଲିକ:ଆଠମଲ୍ଲିକ ଥାନା ଅଏଡ଼ା ଶିବ ମନ୍ଦିର ନିକଟରେ ଆଜି ସକାଳେ ଏକ ପରିତ୍ୟକ୍ତ ବାଣ ଫୁଟାଇ ଗାଁର ୪ ଜଣ ବାଳକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ମହାଶିବରାତ୍ରି ଉପଲକ୍ଷେ ଆଜି ସକାଳ ପ୍ରାୟ ୮ ଟାବେଳେ ମନ୍ଦିର ଅଭିମୁଖେ କଳସ ଶୋଭାଯାତ୍ରା ଯାଇଥିଲା। ଶୋଭାଯାତ୍ରାରେ ବାଜା ବାଜିବା ସହ ବାଣ ଫୁଟାଯାଇଥିଲା। ଗୋଟିଏ ନଡ଼ିଆ ବାଣ ନଫୁଟିବାରୁ ତାହାକୁ ମନ୍ଦିର ନିକଟ ଏକ ଖୋଲା ସ୍ଥାନକୁ ଫିଙ୍ଗି ଦିଆଯାଇଥିଲା। ପରେ ଗାଁର ୪ ଜଣ ବାଳକ ଦିଆସିଲି ମାରି ବାଣଟିକୁ ଫୁଟାଇବାକୁ ଉଦ୍ୟମ କରିଲେ। ନଫୁଟିବାରୁ ଜଣେ ବାଳକ ନିଆଁ ଲଗାଇ ଦେଇଥିଲା। ହଠାତ୍ ବାଣ ବିସ୍ଫୋରଣ କରିଥିଲା। ଫଳରେ ବାଳକ ୪ ଜଣ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରୁ ୩ ଜଣ ତୃତୀୟ ଶ୍ରେଣୀ ଓ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ର। ପୋଡ଼ି ହେବା ପରେ ୪ ଜଣଯାକ ନିକଟ ନାଳକୁ ଯାଇ ମୁହଁ ଧୋଇ ଘରକୁ ଫେରିଥିଲେ। ପରିବାର ଲୋକେସେମାନଙ୍କୁ ଆଠମଲ୍ଲିକ ଡାକ୍ତରଖାନାରେ ଭର୍ତି କରିଛନ୍ତି। ଅଫୁଟା ବାଣ ନଷ୍ଟ ନକରି ଖୋଲାରେ ପକାଇ ଦିଆଯିବାରୁ ଆହତ ବାଳକଙ୍କ ଅଭିଭାବକ ସୁବଳ ନାଏକ, ରଞ୍ଜିତ କଅଁର, ଅଜାତି ପାତ୍ର, ଅଞ୍ଜନ କଅଁର ପ୍ରମୁଖ ଅସନ୍ତୋଷ ପ୍ରକାଶ କରିଛନ୍ତି।
ପରିତ୍ୟକ୍ତ ବାଣ ଫୁଟାଇ ୪ ବାଳକ ଆହତ
/sambad/media/post_attachments/wp-content/uploads/2018/02/dhenka.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)