କାମାକ୍ଷାନଗର: ୫୩ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତୀକରଣ କାର୍ଯ୍ୟ ଜୋର୍ସୋର୍ ଚାଲିଛି। ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳରୁ ଢେଙ୍କାନାଳ ଜିଲ୍ଲା ଭୁବନ, କାମାକ୍ଷାନଗର, ପର୍ଜଙ୍ଗ ଦେଇ ଅନୁଗୁଳ ଜିଲ୍ଲାର ତାଳଚେର ପର୍ଯ୍ୟନ୍ତ ରାସ୍ତା ୪ ଥାକିଆ କରାଯାଉଛି। ତେଣୁ ସ୍ବାଭାବିକ ଭାବେ ଟ୍ରାଫିକ୍ ଜାମ୍ ହେଉଛି। ଏ ପରିସ୍ଥିତିରେ କିନ୍ତୁ ଅଣନିଃଶ୍ବାସୀ କରୁଛି ଉଡ଼ନ୍ତା ପାଉଁଶ। ରାସ୍ତା କାମରେ ମାଟି ବଦଳରେ ପାଉଁଶ ବ୍ୟବହାର କରାଯାଉଛି। ପାଉଁଶ ପକାଇବା ପରେ ତାହା ଉପରେ ପାଣି ଛିଞ୍ଚାଯିବା ନିୟମ ରହିଛି। କିନ୍ତୁ ପାଉଁଶ ଉପରେ ଆଦୌ ପାଣି ପକାଯାଉନାହିଁ। ସାମାନ୍ୟ ପବନ ହେଲେ ପାଉଁଶ, ଧୂଳି ଉଡ଼ିି ଆକ୍ତାମାକ୍ତା କରିଦେଉଛି। ପଥିକ ଓ ରାସ୍ତାପାର୍ଶ୍ବରେ ବାସ କରୁଥିବା ଜନସାଧାରଣ ଅଣନିଃଶ୍ବାସୀ ହୋଇପଡ଼ୁଛନ୍ତି। ସେହିପରି ଏବେ ମଧ୍ୟାହ୍ନରେ ଶ୍ରମିକମାନେ କାମ କରିବା ନିଷେଧ କରାଯାଇଛି। କିନ୍ତୁ ଏଠାରେ ଅନେକ ସମୟରେ ଦିନ ୧୨ଟା ପରେ ଶ୍ରମିକ କାମ କରୁଥିବା ଦେଖାଯାଇଛି। ତେବେ ପାଉଁଶ ଉପରେ ପାଣି ପକାନଗଲେ ଆନ୍ଦୋଳନ କରିବେ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।
ରାଜପଥ ପ୍ରଶସ୍ତୀକରଣ:ଅଣନିଃଶ୍ବାସୀ କରୁଛି ପାଉଁଶ
/sambad/media/post_attachments/wp-content/uploads/2019/06/dhenkamnal.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)