କଣିହାଁ/ପବିତ୍ରନଗର: ସମଲ ଥାନା ଅଞ୍ଚଳରେ ଆଜି ଦୁଇଟି ଲୁଟ୍ ଘଟଣା ଘଟିଛି। ସମଲ-ବଲାଙ୍ଗି ରାସ୍ତାର ବଲାଙ୍ଗି ଗାଁ ନିକଟରୁ ଆଜି ଅପରାହ୍ଣ ପ୍ରାୟ ୨ଟା ବେଳେ ଏକ ଗ୍ୟାସ୍ ସପ୍ଲାଇ କରୁଥିବା ଭ୍ୟାନ୍ ଡ୍ରାଇଭର ଓ ହେଲପରଙ୍କୁ ଦୁର୍ବୃତ୍ତମାନେ ଭୁଜାଲି ଦେଖାଇ ୩୫ ହଜାର ଟଙ୍କା ଲୁଟି ନେଇଛନ୍ତି। ଏହାର କିଛି ସମୟ ପରେ ସମଲ ଥାନା ଅନ୍ତର୍ଗତ ଗହମ - ପବିତ୍ରନଗର ରାସ୍ତାରେ ଏକ ରାସନ ଦୋକାନୀଙ୍କ ଭ୍ୟାନ୍ ଡ୍ରାଇଭର ଓ ହେଲପରଙ୍କୁ ଦୁର୍ବୃତ୍ତମାନେ ମାଉଜର ଓ ଭୁଜାଲି ଦେଖାଇ ୪୮ ହଜାର ୪ ଶହ ଟଙ୍କା ଲୁଟି ନେଇଛନ୍ତି। ଗୋଟିଏ ଦିନରେ ଦୁଇଟି ଲୁଟ୍ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, କଣିହାଁରେ ଗ୍ୟାସ୍ ବ୍ୟବସାୟ କରୁଥିବା କମଳିନୀ ଏଚ୍ପି ଗ୍ୟାସ୍ ପକ୍ଷରୁ ଏକ ଭ୍ୟାନ୍େର ଗ୍ୟାସ ସିଲିଣ୍ଡର ବିକ୍ରି କରି ଆଜି ଅପରାହ୍ଣ ପ୍ରାୟ ୨ଟା ବେଳେ ସମଲରୁ କଣିହାଁକୁ ଫେରିବା ବେଳେ ସମଲ -ବଲାଙ୍ଗି ରାସ୍ତାର ବଲାଙ୍ଗି ଗାଁ ନିକଟରେ ୨ଟି କଳା ରଙ୍ଗର ପଲସର ବାଇକରେ ୪ଜଣ ଦୁର୍ବୃତ୍ତ ମୁହଁରେ କପଡା ବାନ୍ଧି ଗାଡିକୁ ଅଟକାଇଥିଲେ। ପେର ସେମାନେ ମାଉଜର ଦେଖାଇ ତ୍ରାଇଭରଙ୍କଠାରୁ ୩୫ହଜାର ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ। ଏହାର କିଛି ସମୟ ପରେ ଖମାର ଥାନା ଇଂଜିଡି ଗ୍ରାମର ରାସନ ଦୋକାନୀ କାଳନ୍ଦୀ ସାହୁଙ୍କ ଭ୍ୟାନ୍ (ଓଡ଼ି୧୯ଡ଼ି-୬୪୮୮)ରେ ତାଙ୍କ ଡ୍ରାଇଭର ଦୟାନିଧି ସେଠୀ ଓ ଶ୍ରୀକାନ୍ତ ସାହୁ ତାଳଚେରରୁ ଦୋକାନ ଜିନିଷ ନେଇ ସମଲ -ପବିତ୍ର ନଗର ରାସ୍ତା ଦେଇ ଇଂଜିଡିକୁ ଫେରୁଥିଲେ। ପବିତ୍ରନଗର ରାସ୍ତା ନିକଟରେ ଦୁଇଜଣ ଦୁର୍ବୃତ୍ତ ଏକ ପଲସର ବାଇକରେ ଆସି ଗାଡିକୁ ଅଟକାଇ ଥିଲେ। ଗାଡି ଅଟକିବା ପରେ ଆଉ ୪ଜଣ ଦୁର୍ବୃତ୍ତ ଜଙ୍ଗଲରୁ ବାହାରି ତାଙ୍କ ସହିତ ମିଶି ଡ୍ରାଇଭରଙ୍କୁ ମାଡ଼ ମାରିଥିଲେ। ପରେ ମାଉଜର ଦେଖାଇ ତାଙ୍କଠାରୁ ୪୮ ହଜାର ୪ଶହ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ। ଖବର ପାଇ ଗ୍ୟାସ ବ୍ୟବସାୟୀ ବିବେକାନନ୍ଦ ବେହେରା ଓ ତାଙ୍କ ଡ୍ରାଇଭର ଏ ନେଇ ସମଲ ଥାନାରେ ଅଭିଯୋଗ କରିଥିେଲ। ଇଂଜିଡି ଗ୍ରାମର ରାସନ ଦୋକାକୀ କାଳନ୍ଦୀ ଚରଣ ସାହୁ ମଧ୍ୟ ସମଲ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି।
ସମଲ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ : ମାଉଜର ଦେଖାଇ ୮୩ ହଜାର ଲୁଟ୍
/sambad/media/post_attachments/wp-content/uploads/2019/05/pistal.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)