କାମାକ୍ଷାନଗର: ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଥାନା ବାରୁଆଁକା ପଞ୍ଚାୟତର ସମିତି ସଭ୍ୟ ଦୀପକ ମାହୁନ୍ତ ଆତତାୟୀଙ୍କ ଗୁଳିମାଡ଼ରେ ମୃତ୍ୟୁବରଣ କରିଛନ୍ତି। ଏହାର କାରଣ ଅସ୍ପଷ୍ଟ ଥିଲେ ବି ବ୍ୟାବସାୟିକ ଶତ୍ରୁତାରୁ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ତେବେ ସନ୍ଦେହରେ ପୁଲିସ ୬ ଜଣଙ୍କୁ ଅଟକ ରଖି ଘଟଣାର ପର୍ଦାଫ।ସ କରିବା ପାଇଁ ଲାଗି ପଡ଼ିଛନ୍ତି ।
ପ୍ରକାଶ ଯେ, ଦୀପକ ସକ୍ରିୟ ରାଜନୀତିରେ ରହିଥିବା ବେଳେ ବାଲିଘାଟ, ପଥର ଖଣି ଏବଂ ଠିକାଦାରୀ କାର୍ଯ୍ୟରେ ନିୟୋଜିତ ଥିଲେ।ସବୁଦିନ କାମ ସାରି ଅଞ୍ଚଳବାସୀଙ୍କ ସହ ମିଳାମିଶା କରି ବିଳମ୍ବିତ ରାତ୍ରିରେ ଘରକୁ ଫେରନ୍ତି। ଶୁକ୍ରବାର ସେ ଘରକୁ ଫେରି ନଥିବାରୁ ପରିବାର ଲୋକେ ତାଙ୍କ ସହ ଯୋଗାଯୋଗ କରିଥିଲେ ବି ସେ ଘରକୁ ଫେରି ନଥିଲେ। ଶୁକ୍ରବାର ସକାଳୁ କିଛି ଯୁବକ ଦୌଡ଼ିବା ପାଇଁ ରାସ୍ତାକୁ ଆସିଥିବା ବେଳେ ଜାମୁଝରା ଛକ ଠାରେ ଦୀପକଙ୍କ ଟାଟା ହେକ୍ସା ଗାଡି ନମ୍ବର (ଓଡି୦୨ଏଏନ୍୦୧୨୨) ଥୁଆ ହୋଇଥିବା ବେଳେ ଦୀପକ ଗାଡ଼ି ପଛପଟେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ି ରହିଛନ୍ତି ।
ଏହା ଦେଖି ଯୁବକମାନେ ତାଙ୍କ ଘରକୁ ଖବର ଦେବାରୁ ତାଙ୍କର ପୁଅ ଦିବ୍ୟଦର୍ଶନ ମାହୁନ୍ତ ଘଟଣାସ୍ଥଳକୁ ଆସି ଚିକିତ୍ସା ପାଇଁ ଢେ଼ଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ କାମାକ୍ଷାନଗର ତହସିଲଦାରଙ୍କ ଦସ୍ତଖତ ସମ୍ବଳିତ ୭୫୩୦ ନମ୍ବର ଥିବା ଏକ ଟ୍ରାଞ୍ଜିଟ ପରମିଟର ଏକ ରସିଦ ବହି ପଡ଼ିଥିବାରୁ ତାହା କୌଣସି ପଥର ମାଫିଆ କିମ୍ବା ବାଲି ମାଫିଆ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଇଛି। ଘଟଣାସ୍ଥଳରେ କାମାକ୍ଷାନଗର ଏସଡିପିଓ ରଞ୍ଜନ କୁମାର ଦେ, ତୁମୁସିଙ୍ଗା ଥାନା ଅଧିକାରୀ ଆଶିଷ ଜେନା,ପଣ୍ଡୁଆ ଫାଣ୍ଡି ଅଧିକାରୀ ଶ୍ଵେତପଦ୍ମ। ବିଶ୍ୱାଳ, କାମାକ୍ଷାନଗର ଥାନା ଅଧିକାରୀ ସୁନୀଲ କୁମାର କର ପ୍ରମୁଖ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସନ୍ଦେହରେ ୬ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛନ୍ତି।
ଗୁଳିମାଡ଼ରେ ସମିତି ସଭ୍ୟଙ୍କ ମୃତ୍ୟୁ: ବ୍ୟାବସାୟିକ ଶତ୍ରୁତା ସନ୍ଦେହ, ୬ ଅଟକ
/sambad/media/post_attachments/wp-content/uploads/2021/09/Samiti-Member-Dead-on-Gunshot_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)