ସପ୍ତଶଯ୍ୟା ଆଶ୍ରମ ବିଦ୍ୟାଳୟରେ ଚାଉଳ ହଡ଼ପ : ଜବତ ହେଲା ସାଢ଼େ ୧୧ କ୍ବିଣ୍ଟାଲ

କାର୍ଯ୍ୟାନୁଷ୍ଠାନ ହେବ: ଜିଲ୍ଲାପାଳ

ଢେଙ୍କାନାଳ,:ସଦର ବ୍ଲକ ସପ୍ତଶଯ୍ୟା ଆଶ୍ରମ ବିଦ୍ୟାଳୟରେ ଅନ୍ତେବାସୀମାନଙ୍କ ଖାଦ୍ୟ ପାଇଁ ଆସୁଥିବା ଚାଉଳକୁ ହଡପ କରି ଚୋରା ଚାଲାଣ ପାଇଁ ରଖାଯାଇଥିବା ୧୧ କୁଇଣ୍ଟାଲ୍ ୫୦ କେଜି ଚାଉଳକୁ ଉପଜିଲ୍ଲାପାଳ ଜବତ କରିଛନ୍ତି।
ସୂଚନା ଅନୁଯାୟୀ, ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଅଧୀନରେ ଥିବା ସଦର ବ୍ଲକ ସପ୍ତଶଯ୍ୟା ଆଶ୍ରମ ବିଦ୍ୟାଳୟରେ ୩୮୦ ଛାତ୍ରଛାତ୍ରୀ ପଢୁଛନ୍ତି। ଅନ୍ତେବାସୀ ପିଲାମାନଙ୍କ ପାଇଁ ଆସୁଥିବା ମଧ୍ୟାହ୍ନ ଭୋଜନ ସହିତ ଦିନଯାକ ଖାଇବା ପାଇଁ ଚାଉଳକୁ ବାରମ୍ବାର ହଡପ କରି ବାହାରକୁ ଚୋରା ଚାଲାଣ କରାଯାଉଥିବା ଅଭିଯୋଗ ହେଉଥିଲା। ଏ ସ˚ପର୍କରେ ଉପଜିଲ୍ଲାପାଳ ପିତାମ୍ବର ସାମଲ ଖବର ପାଇ ଗତ ୪ ତାରିଖରେ ବିଦ୍ୟାଳୟ ପରିଦର୍ଶନରେ ଯାଇ ହଡପ ଚାଉଳ ସ˚ପର୍କରେ ତଦନ୍ତ କରିଥିଲେ। ବିଦ୍ୟାଳୟର ଗୋଦାମରେ ଚାଉଳ ରଖାଯାଉଥିବା ବେଳେ ପିଲାମାନଙ୍କ ପାଇଁ ଆସୁଥିବା ଚାଉଳରୁ ୧ କୁଇଣ୍ଟାଲ୍ ୫୦ କେଜି ଚାଉଳ କମ୍‌ ରହିଥିବା ସେ ଜାଣିବାକୁ ପାଇଥିଲେ। ସେହି ଚାଉଳ କୁଆଡେ ଗଲା ବୋଲି ବୁଝାବୁଝି କରିବା ସହିତ ବିଦ୍ୟାଳୟ ପରିସରର ବିଭିନ୍ନ କୋଠରୀକୁ ତନଖି କରିଥିଲେ। ଆଳୁ ଖୋଳୁୁ ଖୋଳୁୁ ମହାଦେବ ବାହାରିବା ପରି ଏକ କୋଠରୀରୁ ୫୦ କେଜିର ୨୩ ବସ୍ତାରୁ ୧୧ କୁଇଣ୍ଟାଲ୍ ୫୦ କେଜି ଚାଉଳ ବାହାରିଥିଲା। ପିଲାମାନଙ୍କ ଖାଇବା ଲାଗି ରୋଷେଇ କରାଯାଉଥିବା ଚାଉଳକୁ ପ୍ରତ୍ୟେକ ଦିନ ହଡପ କରି ନିଆଯାଇ ସେଠାରେ ମହଜୁଦ କରି ରଖାଯାଉଥିଲା। ପରେ ତାହାକୁ ବାହାରକୁ ଚାଲାଣ କରାଯାଉଥିବା ଜଣାପଡିବା ପରେ ଉପଜିଲ୍ଲାପାଳ ଶ୍ରୀ ସାମଲ ୧୧ କୁଇ˚ଟାଲ ୫୦ କେଜି ଚାଉଳକୁ ଜବତ କରିଥିଲେ। ଉପଜିଲ୍ଲାପାଳ ଶ୍ରୀ ସାମଲ ଜିଲ୍ଲାପାଳଙ୍କୁ ଏ ସ˚ପର୍କରେ ରିପୋର୍ଟ ଦେବା ସହ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଅବଗତ କରାଇଥିଲେ। ଘଟଣା ସ˚ପର୍କରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କୁୁ ପଚାରିବାରେ ସେ କହିଥିଲେ, ରିପୋର୍ଟ ମିଳିଛି। ସେ ସ˚ପର୍କରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର