ଶିବାନନ୍ଦ ହତ୍ୟା ମାମଲା:ଅଭିଯୁକ୍ତ ଯୁଗଳ ଗିରଫ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ତୁେବ ଢିପସାହି ଗ୍ରାମର ଶିବାନନ୍ଦ ପ୍ରଧାନ(୩୭) ହତ୍ୟା ମାମଲାର ଅଭିଯୁକ୍ତ ଯୁଗଳ କିଶୋର ନାଏକ(୪୨)କୁ ପୁଲିସ ଗିରଫ କରିଛି। ତୁବେ ପଞ୍ଚାୟତ ଟାସରା ଗ୍ରାମର ଯୁଗଳକୁ ଗୁରୁବାର କୋର୍ଟଚାଲାଣ କରାଯାଇଛି। ଶିବାନନ୍ଦ ହତ୍ୟା ଘଟଣାରେ ଆଇପିସିର ଦଫା ୩୦୨, ୨୦୧,୩୪ ଦଫାରେ କେସ୍ ନମ୍ବର ୨୦୫/୨୦୧୮ ରୁଜୁ କରାଯାଇଛି। ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡରେ ଅନେକ ଅଭିଯୁକ୍ତ ଥିବା ଶିବାନନ୍ଦଙ୍କ ପରିବାର ଲୋ‌କେ ସନ୍ଦେହ କରୁଛନ୍ତି। ଅପରପକ୍ଷରେ କେବଳ ଯୁଗଳ ନିଜେ ହତ୍ୟା କରିଥିବା ସ୍ବୀକାର କରିଥିବା ପୁଲିସ କହିଛି। ଟଙ୍କା ଦେଣନେଣ, ସୁଧ କାରବାର ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର