କାମାକ୍ଷାନଗର: ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅଁଳାବେରେଣି ଆମ୍ବଖୋଲ କାଟେଣି ଗାଁରୁ ୧୨ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରିଛନ୍ତି ସାପ ଉଦ୍ଧାରକାରୀ ସଦସ୍ୟ। ସୂଚନା ଅନୁସାରେ ଆମ୍ବଖୋଲ କାଟେଣି ଗାଁର ବିଷ୍ଣୁ ସାହୁଙ୍କର ଏକ ବତକ ଫାର୍ମ ରହିଛି। ସେଠାକୁ ଏହି ବିରାଟ ଅଜଗର ବତକ ଖାଇବା ପାଇଁ ଚାଲି ଆସିଥିଲା। ସାପକୁ ଦେଖି ସମସ୍ତେ ଭୟଭୀତ ହୋଇଥିଲେ। ଏହାପରେ ଲୋକେ ସାପ ଉଦ୍ଧାରକାରୀ ଦଳକୁ ଖବର ଦେଇଥିଲେ।
ସାପ ଉଦ୍ଧାରକାରୀ ସଦସ୍ୟମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସାପକୁ ଉଦ୍ଧାର କରି ବନ ବିଭାଗ କର୍ମଚାରୀଙ୍କ ଉପସ୍ଥିତରେ ମାଛିଆ ସଂରକ୍ଷିତ ଜଙ୍ଗଲରେ ଛାଡ଼ି ଦେଇଥିଲେ। ସାପ ଉଦ୍ଧାରକାରୀ ସଦସ୍ୟମାନେ ଥିଲେ ମହେନ୍ଦ୍ର ଭୁତିଆ, ତାପସ ମହାଭୋଇ ଓ ଶତ୍ରୁଜିତ ସାହୁ। ଏମାନଙ୍କ ଉଦ୍ୟମକୁ ପ୍ରଶଂସା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/snake.png)