ଢେଙ୍କାନାଳ: ମାଙ୍କଡା ପଥର ଚୋରାଚାଲାଣ ବେଳେ ବନ ବିଭାଗର ଚଢ଼ଉ, ଚାଲାଣକାରୀଙ୍କ ଆକ୍ରମଣରେ ବନ କର୍ମଚାରୀ ଆହତ

ଢେଙ୍କାନାଳ: ଢେଙ୍କାନାଳ ବନଖଣ୍ଡର ଷଡ଼ଙ୍ଗୀ ରେଞ୍ଜସ୍ଥିତ ଖାଙ୍କିରା ବନାଞ୍ଚଳର କରଡ଼ାବଣି ସଂରକ୍ଷିତ ଜଙ୍ଗଲରେ ମାଙ୍କଡା ପଥର ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ଖବର ପାଇ ସ୍ଥାନୀୟ ବନ କର୍ମଚାରୀମାନେ ସେଠାରେ ଚଢ଼ଉ କରିଥିଲେ। ସେଠାରୁ ୪ଟି ପଥର କଟା ମେସିନ ଜବତ କରାଯାଇଛି।

ଉପସ୍ଥିତ ପ୍ରାୟ ୨୫ରୁ ଅଧିକ ଚୋରା ଚାଲାଣକାରୀ ବନ କର୍ମଚାରୀଙ୍କୁ ଆକ୍ରମଣ କରି ଜବତ ହୋଇଥିବା ମେସିନ ଛଡାଇ ନେଇଥିଲେ। ଆହତ କର୍ମଚାରୀଙ୍କୁ ନିହାଲପ୍ରସାଦ ପୁଲିସ୍ ଉଦ୍ଧାର କରି ବରପଦା ଚିକିତ୍ସାଳୟରେ ଭର୍ତ୍ତି କରିଛି। ତେବେ ଚାଲାଣକାରୀଙ୍କ ଆକ୍ରମଣରେ ବନରକ୍ଷୀ ରଶ୍ମୀ ରଞ୍ଜନ ଦାସ, ଦୁଷ୍ମନ୍ତ ସିଂହ, କର୍ମଚାରୀ ସଞ୍ଜୟ ମହାପାତ୍ର, ଚନ୍ଦନ ପ୍ରଧାନ ଓ ଦିଗନ୍ତ ପ୍ରଧାନ ପ୍ରମୁଖ ଆହତ ହୋଇଥିବା ସୂଚନା ରହିଛି। 

ସମ୍ବନ୍ଧିତ ଖବର