ଢେଙ୍କାନାଳ: ଡ୍ୟୁଟିରେ ଥିବା ବିଏସସି ନର୍ସିଂ ଓ ଜି ଏନ୍ ଏମ୍ ଷ୍ଟାଫଙ୍କୁ ରୋଗୀଙ୍କ ଆଟେଣ୍ଡାଣ୍ଟ ମାଡ଼ ମାରିବା ପ୍ରତିବାଦରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ନର୍ସିଂ ଷ୍ଟାଫଙ୍କ ଆନ୍ଦୋଳନ ଜାରି ରହିଛି। ଓପିଡି ଗେଟ୍ ବନ୍ଦ କରି ଧାରଣାରେ ବସିଛନ୍ତି ନର୍ସିଂ ଷ୍ଟାଫ୍।
ସୂଚନା ମୁତାବକ ଗତକାଲି ମଦ୍ୟପାନ କରି ଚାରି ଜଣ ରୋଗୀଙ୍କ ସମ୍ପର୍କୀୟ ହସ୍ପିଟାଲ ପରିସରରେ ନର୍ସିଂ ଷ୍ଟାଫଙ୍କୁ ମାଡ଼ ମାରିଥିଲେ। ଜଣେ ରୋଗୀଙ୍କୁ କଟକ ସ୍ଥାନାନ୍ତର କରିବା ପରେ ସେ ଥିବା ବେଡର ବେଡସିଟ ନେଇ ଯାଉଥିବା ବେଳେ ତାଙ୍କୁ ମନା କରିଥିଲେ ନର୍ସିଂ ଷ୍ଟାଫ। ଏଥିରେ ଉତକ୍ଷିପ୍ତ ହୋଇ ସେ ମାଡ଼ ମାରିବା ସହ ଅସହ୍ୟ ଭାଷାରେ ଗାଳିଗୁଲଜ କରିଥିଲେ।
/sambad/media/post_attachments/wp-content/uploads/2022/07/bdc6cb9b-ae8f-4a82-8b8f-f3398e3ec97a-1024x577.jpg)
ଅଭିଯୋଗ ଅନୁଯାୟୀ ହସପିଟାଲର ଜି ଏନ ଏମ ରାସ ବିହାରୀ ମିଶ୍ର ଓ ବି ଏସ ସି ନର୍ସିଂ ଷ୍ଟାଫ ଅଙ୍କିତ କରଙ୍କୁ ମାଡ଼ ମାରି ଫେରାର ହୋଇ ଯାଇଛନ୍ତି ଅଭିଯୁକ୍ତ। ପରେ ନିଜର ସୁରକ୍ଷା ଓ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ହସ୍ପିଟାଲ ଓପିଡି ଗେଟରେ ତାଲା ପକାଇ ଆନ୍ଦୋଳନରେ ବସିଛନ୍ତି ସମସ୍ତ ନର୍ସିଂ ଷ୍ଟାଫ। ଖବରପାଇ ଘଟଣାସ୍ଥଳରେ ଟାଉନଥାନା ପୁଲିସ ଓ ହସ୍ପିଟାଲ କର୍ତ୍ତୃପକ୍ଷ ପହଞ୍ଚି ଏନେଇ ବୁଝାସୁଝା କରୁଛନ୍ତି। ଖୁବଶୀଘ୍ର ଦୋଷୀଙ୍କୁ ଗିରଫ କରାଯାଇ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/31ee95b4-305d-4d07-9c32-dc46bb33543d.jpg)