ଦ୍ବିତୀୟ ଦିନରେ ଦଦରାଘାଟି ବିସ୍ଥାପିତ ପ୍ରଜାମଞ୍ଚ ଆନ୍ଦୋଳନ: ପରଜଙ୍ଗ ତହସିଲ ଆଗରେ ଲଣ୍ଡା ହେଲେ ଅନଶନକାରୀ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଦଦରାଘାଟି ଜଳସେଚନ ପ୍ରକଳ୍ପ ବିସ୍ଥାପିତ ପ୍ରଜାମଞ୍ଚ ପକ୍ଷରୁ ଚାରି ଦଫା ଦାବି ନେଇ ପରଜଙ୍ଗ ତହସିଲ୍ କାର୍ଯ୍ୟାଳୟଠାରେ ଚାଲିଥିବା ଅଭିନବ ଆମରଣ ଅନଶନ ଦ୍ବିତୀୟ ଦିନରେ ପହଞ୍ଚିଛି।

ଗତକାଲି ବିସ୍ଥାପିତ ପ୍ରଜାମଞ୍ଚ ନାମ ସଙ୍କୀର୍ତ୍ତନ ସହ ହୋମଯଜ୍ଞ କରି ଧାରଣ ଦେଇଥିବା ବେଳେ, ଆଜି ଏକ କୋକେଇରେ ଶବର କୁଶପୋତଲିକା ରଖି ସହର୍ ପରିକ୍ରମା କରିବା ପରେ ତହସିଲ୍ କାର୍ଯ୍ୟାଳୟ ସମ୍ମୁଖରେ ଶବର କୁଶପୁତ୍ତଳିକା ରଖି ବିସ୍ଥାପିତ ପ୍ରଜା ବାରିକ ଡାକି ଲଣ୍ଡା ହୋଇଛନ୍ତି।
ତେବେ ଗତକାଲିଠାରୁ ଲଘୁଚାପଜନିତ ବର୍ଷା ସତ୍ତ୍ୱେ ଶତାଧିକ ବିସ୍ଥାପିତ ପ୍ରଜା ତହସିଲ୍ କାର୍ଯ୍ୟାଳୟଠାରେ ଆମରଣ ଅନଶନରେ ବସିଥିଲେ। ନୂତନ ଭାବେ ଦାୟିତ୍ଵ ନେଇଥିବା ତହସିଲଦାର ବିସ୍ଥାପିତ ପ୍ରଜାମଞ୍ଚ ସହ ଦୀର୍ଘ ସମୟ ଆଲୋଚନା ପରେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନାହିଁ। ତେବେ ଏନେଇ ବିସ୍ଥାପିତ ପ୍ରଜାମଞ୍ଚ ଦାବି ପୂରଣ ନେଇ ଅଡି ବସିଥିବା ବେଳେ, ଆଜି ଅଭିନବ ଉପାୟରେ ପୁନଶ୍ଚ ଏକ କୋକେଇରେ ଶବ ରଖି ଦାବି ଜଣାଇଛନ୍ତି। ସେପଟେ ଉପଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ପୁନଶ୍ଚ ଦାବି ପୂରଣ ପାଇଁ ଆଲୋଚନ କରାଯିବ ବୋଲି କହିଛନ୍ତି ସ୍ଥାନୀୟ ତହସିଲଦାର।

ସମ୍ବନ୍ଧିତ ଖବର