ପର୍ଜଙ୍ଗ/କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ ମୁକ୍ତାପଶି ଗାଁର ଜଣେ ୮ ବର୍ଷର ବାଳକକୁ ଆଜି ସ୍ପଷ୍ଟ ଦିବାଲୋକରେ ଗାଁ ଦାଣ୍ଡରୁ ଉଠାଇ ନିଆଯାଇଛି। ଅପହର୍ତ୍ତାମାନେ ୫ ଲକ୍ଷ ଟଙ୍କାର ମୁଣ୍ଡଜାମିନ୍ ରଖି ଅପହୃତ ବାଳକର ବାପାଙ୍କୁ ମୋବାଇଲରେ ଧମକପୂର୍ଣ୍ଣ ମ୍ୟାସେଜ୍ ଦେଇଛନ୍ତି। ଏ ନେଇ ପରିବାର ଲୋକେ କାମାକ୍ଷାନଗର ଥାନାରେ ଅଭିଯୋଗ କରିଛନ୍ତି। ତେବେ ଏ ସଂପର୍କରେ ପୁଲିସ କିମ୍ବା ପରିବାର ଲୋକେ ଆଦୌ ମୁହଁ ଖୋଲୁ ନଥିବାରୁ ଘଟଣାଟି ରହସ୍ୟ ଘେରରେ ରହିଛି। ସୂଚନା ଅନୁସାରେ, ଅପହୃତ ବାଳକ ଜଣକ ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିରର ଦ୍ୱିତୀୟ ଶ୍ରେଣୀର ଛାତ୍ର। ଆଜି ମଧ୍ୟାହ୍ନରେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ତାକୁ ଅପହରଣ କରି ନିଆଯାଇଥିବା କୁହାଯାଉଛି। ଘଟଣା ସମ୍ପର୍କରେ ପରିବାର ଲୋକେ କିଛି ଜାଣିବା ପୂର୍ବରୁ ଅପର୍ହତା ବାଳକର ବାପାଙ୍କୁ ମୋବାଇଲରେ ମ୍ୟାସେଜ୍ କରି ଜଣାଇଥିଲା। ବାଳକକୁ ଛାଡିବା ପାଇଁ ୫ ଲକ୍ଷ ଟଙ୍କାର ମୁଣ୍ଡଜାମିନ୍ ରଖିଥିବା ସୂଚନା ମିଳିଛି। ଅପହୃତ ବାଳକର ଜୀବନ ପ୍ରତି ବିପଦ ଆଶଙ୍କା କରି ପରିବାର ଲୋକେ କିମ୍ବା ପୁଲିସ ଏ ନେଇ ମୁହଁ ଖୋଲୁନାହାନ୍ତି।
ଗାଁ ଦାଣ୍ଡରୁ ଛାତ୍ରଙ୍କୁ ଅପହରଣ : ୫ ଲକ୍ଷର ମୁଣ୍ଡଜାମିନ୍
/sambad/media/post_attachments/wp-content/uploads/2018/03/sss-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)