କରୋନା ପାଇଁ ଚାକିରି ଗଲା, ସହ୍ୟ ନକରିପାରି ଆତ୍ମହତ୍ୟା କଲେ ଯୁବକ!

ଢେଙ୍କ‌ାନାଳ: ଢେଙ୍କାନାଳ ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଚାକିିରିରୁ ଛଟେଇ ହେବା ପରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ସୂଚନା ରହିଛି। ଢେଙ୍କାନାଳ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟରେ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ସୂର୍ଯ୍ୟକାନ୍ତ ସ୍ୱାଇଁଙ୍କୁ ଗତ କିଛି ଦିନ ହେବ କାର୍ଯ୍ୟରୁ ଛଟେଇ କରି ଦିଆ ଯାଇଥିଲା। ଏହାକୁ ସହି ନପାରି ସେ କାର୍ଯ୍ୟାଳୟ ନିକଟସ୍ଥ ସରକାରୀ ବାସଭବନରେ ବେକରେ ଲୁଗା ବାନ୍ଧି ଆତ୍ମହତ୍ୟା କରିଥିବା ସୂଚନା ରହିଛି।

ଘଟଣା ରୁ ପ୍ରକାଶ ଯେ, ସୂର୍ଯ୍ୟକାନ୍ତ ୨୦୦୭ ମସିହାରୁ କାର୍ଯ୍ୟାଳୟରେ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। କୋଭିଡ ପାଇଁ ତାଙ୍କୁ ଚାକିରିରୁ ଛଟେଇ କରାଯାଇଥିଲା। ବଡ଼ ଓଷା ପାଇଁ ତାଙ୍କ ସ୍ତ୍ରୀ ପ୍ରଭାତୀ ତାଙ୍କ ବାପ ଘର ସଦର ବ୍ଲକ ଚାଉଳିଆ ଖମାରକୁ ଯାଇଥିଲେ। ସୂର୍ଯ୍ୟକାନ୍ତ ଏକା କ୍ୱାର୍ଟରେ ରହୁଥିଲେ। ଗତ ୨ ଦିନ ହେବ ସେ ତାଙ୍କ ସ୍ତ୍ରୀଙ୍କ ଫୋନ ଉଠାଉ ନଥିଲେ। ତାଙ୍କ ସ୍ତ୍ରୀ ବ୍ୟସ୍ତ ହୋଇ ଢେଙ୍କାନାଳରେ ରହୁଥିବା ସୂର୍ଯ୍ୟକାନ୍ତଙ୍କ ସାନ ଭାଇଙ୍କୁ ଯାଇ ଦେଖିବା ଲାଗି କହିଥିଲେ। ତାଙ୍କ ସାନ ଭାଇ ଗତକାଲି ରାତି ୮ରେ ଭାଇଙ୍କ ବାସଭାବାନକୁ ଯାଇ କବାଟ ବାଡେଇ ଥିଲେ। କିନ୍ତୁ ସେ କବାଟ ନ ଖୋଲିବାରୁ ଫେରି ଆସିଥିଲ।। ଆଜି ଭୋରୁ ଆସି ପୁଣି କବାଟ ବାଡେଇଇଲେ। ସେ ନଖୋଲିବାରୁ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଁଚି କବାଟ ଖୋଲିବା ପରେ ସୂର୍ଯ୍ୟକାନ୍ତ ଆତ୍ମହତ୍ୟା କରିଥବା ଜଣାପଡିଥିଲା। ଝରକା ରଡ଼ରେ ଲୁଗା ବାନ୍ଧି ତଳେ ବସି ଆତ୍ମହତ୍ୟା କରିଥିବା ରିପୋର୍ଟରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର