ଦୁର୍ଦାନ୍ତ ଜଳଧର ସାମଲ ଗିରଫ:ବାଇକ୍‌, ବଲେରୋ ଜବତ

ଭୁବନ: ଭୁବନ ଥାନା ଅଞ୍ଚଳରେ ଆତଙ୍କ ଖେଳାଇଥିବା ମୃଦଙ୍ଗା ଗାଁ ନୂଆସାହିର ଜଳଧର ସାମଲ(୩୫)କୁ ପୁଲିସ ଆଜି ଗିରଫ କରିଛି। ତା’ ବିରୋଧରେ ଥାନାରେ ୨୧ଟି ମାମଲା ଥିବା ପୁଲିସ ପ୍ରକାଶ କରିଛି। ପୁଲିସ ସୂଚନା ଅନୁଯାୟୀ, ମୃଦଙ୍ଗା ହାଟପଡ଼ିଆରେ ଜଳଧର ବେଆଇନ ଭବେ ଏକ ମଦ ବାର୍ ଚଳାଇଥିଲା। ସେ ଭୁବନର ପୂର୍ବତନ ଭାରପ୍ରାପ୍ତ ତହସିଲଦାର ଦୋଳଗୋବିନ୍ଦ ସାହୁଙ୍କୁ ମାରଣାସ୍ତ୍ର ଦେଖାଇ ମାଙ୍କଡ଼ା ପଥର ବୋଝେଇ ଗାଡ଼ି ଛଡ଼ାଇ ନେବା, ଖଣ୍ଡା ଧରି ଅବକାରୀ ସ୍କ୍ବାଡ଼କୁ ମାରିବାକୁ ଗୋଡ଼ାଇବା, ଅବକାରୀ ଗାଡ଼ି ଉପରେ ୫୨ ଥର ଖଣ୍ଡା ଚୋଟ ପକାଇବା, ରାହାଜାନୀ କରିଥିବା ପ୍ରଭୃତି ଅଭିଯୋଗ ରହିଛି। ଆଜି ଭୋରରେ ଗାଁ ପାଖ କାଜୁ ବଗିଚାରେ ପୁଲିସ ତାକୁ ଗିରଫ କରିଛି। ଏଥିସହ ଜଳଧର ବ୍ୟବହାର କରୁଥିବା ଏକ ବଲେରୋ (ଓଆର୍‌ ୦୨ଏଜି-୭୧୧୮), ଏକ ବୁଲେଟ୍‌ ମଟରସାଇକଲ୍‌(ଓଡି୩୪ବି-୯୫୯୩), ଗୋଟିଏ ନମ୍ବରବିହୀନ ସ୍କୁଟି ପୁଲିସ ଜବତ କରିଛି ବୋଲି ଭୁବନ ଥାନାଧିକାରୀ ନିର୍ମଳା ଗୋଚ୍ଛାୟତ, କାମାକ୍ଷାନଗର ଏସ୍‌ଡିପିଓ ସୁପ୍ରସନ୍ନ ମଲ୍ଲିକ ପ୍ରେସ୍‌ ବିବୃତିରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର