ଢେଙ୍କାନାଳ: ଅନ୍ୟାୟ ପାଇଁ ସ୍ବାମୀଙ୍କ ଘର ଆଗରେ ଧାରଣାରେ ବସିଲେ ମହିଳା। ବ୍ରହ୍ମପୁର ପରେ ଢେଙ୍କାନାଳ ଜିଲ୍ଲା ଲକ୍ଷ୍ମୀ ବଜାର ସ୍ଥିତ ମହ୍ଲାରସାହି ନିକଟରେ ଦେଖିବାକୁ ମିଳିଛି ଏହି ଘଟଣା। ୨୫ ବର୍ଷର ପୁଅକୁ ଧରି ସ୍ବାମୀଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ସ୍ତ୍ରୀ ମାଧବୀ ସୁନା। ୧୯୯୫ରେ ମହେନ୍ଦ୍ର ସାହୁଙ୍କୁ ବିବାହ କରିଥିଲେ ମାଧବୀ। ବିବାହର ଦୁଇବର୍ଷ ପରେ ସ୍ୱାମୀ ମହେନ୍ଦ୍ର ତାଙ୍କୁ ନିର୍ଯାତନା ଦେଇ ଘରୁ ତଡି ଦେଇଥିବା ଅଭିଯୋଗ ହୋଇଛି ।
ପରେ ସ୍ଥାନୀୟ ବାସିନ୍ଦାଙ୍କ ହସ୍ତକ୍ଷେପ ପରେ ସ୍ୱାମୀଙ୍କ ଅନୁପସ୍ଥିତିରେ ଶ୍ବଶୁର ଘରେ ରହିଥିଲେ। ମାଧବୀଙ୍କୁ ତାଙ୍କ ନଣନ୍ଦ, ଦିଅର ଓ ଶ୍ବଶୁର ଶାରୀରିକ, ମାନସିକ ନିର୍ଯାତନା ଦେଇଥିବା ସେ ଅଭିଯୋଗ କରିଛନ୍ତି। ଫଳରେ ବାଧ୍ୟ ହୋଇ ସେ ନିଜ ବାପଘର ବଲାଙ୍ଗୀର ପଳାଇଥିଲେ। ବଲାଙ୍ଗୀରରେ ରହୁଥିବାବେଳେ ମହେନ୍ଦ୍ର ତାଙ୍କ ସହ ଫୋନରେ ଯୋଗାଯୋଗ ରଖିଥିଲେ ବୋଲି ମାଧବୀ କହିଛନ୍ତି। ପୁଣି ତାଙ୍କୁ ଘରକୁ ଆଣିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମହେନ୍ଦ୍ର।
ହେଲେ ଏଥିରେ ବିଳମ୍ବ ହେବାରୁ ମାଧବୀ ଆଜି ଢେଙ୍କାନାଳ ସ୍ଥିତ ସ୍ୱାମୀଙ୍କ ଘର ଆଗରେ ନିଜର ହକ୍ ପାଇଁ ଧାରଣାରେ ବସିଥିଲେ। ତାଙ୍କୁ ଘରେ ପୁରାଇ ଦେଇନଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ଟାଉନଥାନା ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ମାଧବୀଙ୍କୁ ଏକ ଲିଖିତ ଅଭିଯୋଗ ଦେବା ପରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ସହ ଧାରଣାରୁ ଉଠିବାକୁ କହିଥିଲେ।
୨୫ ବର୍ଷର ପୁଅକୁ ଧରି ସ୍ବାମୀଙ୍କ ଘର ଆଗରେ ଧାରଣାରେ ବସିଲେ ମହିଳା
ବ୍ରହ୍ମପୁର ପରେ ଚର୍ଚ୍ଚାରେ ଢେଙ୍କାନାଳ
/sambad/media/post_attachments/wp-content/uploads/2021/12/9OrWz3Si.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)