ପୂର୍ବତନ ସୈନିକଙ୍କ ଘରୁ ଚୋରି

ଭୁବନ: ଦିନେ ଦେଶ ସେବାରେ ନିଜକୁ ନିୟୋଜିତ କରିଥିଲେ ଆଜି ଚୋରି ର ଶିକାର ହୋଇଛନ୍ତି। ଏଭଳି ଏକ ଅଘଟଣ ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ପଳାସପଟିଆ ଗ୍ରାମରେ। ସେହି ଗ୍ରାମର ପୂର୍ବତନ ସୈନିକ ବିରଞ୍ଚି ନାରାୟଣ ମହାପାତ୍ରଙ୍କ ଘରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଥିବାର ଜଣାଯାଇଛି।

କବାଟକୁ ତାଡ଼ି ଚୋର ଘରେ ପଶିବା ପରେ ଆଲମାରିରେ ଥିବା ଜିନିଷ ଖୋଜାଖୋଜି କରିଥିବାର ଜଣାଯାଉଛି। ଅନ୍ୟପଟେ କଣ ଜିନିଷ ଚୋରି ହୋଇଛି ଏବଂ ଚୋର କିଛି ସୁରାକ ଛାଡିଯାଇଛି କି ଏନେଇ ଘଟଣାସ୍ଥଳରେ ପହଞ୍ଚି ପୁଲିସ୍ ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର