୩ ବଖରା ଜଳିଗଲା

ପର୍ଜଙ୍ଗ: ପର୍ଜଙ୍ଗ ବ୍ଲକ ବସୁଳେଇ ପଞ୍ଚାୟତ ରାଣୀପୁର ଗ୍ରାମରେ ଆଜି ରାତିରେ ନିଆଁ ଲାଗି ୩ବଖରା ଘର ଭସ୍ମୀଭୂତ ହୋଇଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ରାତି ପ୍ରାୟ ୮ଟା ବେଳେ ଲକ୍ଷ୍ମଣ ସିଙ୍କୁଙ୍କ ଘରେ ରୋଷେଇ ଚାଲିଥିବା ବେଳେ ହଠାତ୍‌ ନିଆଁ ଲାଗି ଅନ୍ୟ ଘରଗୁଡ଼ିକୁ ବ୍ୟାପି ଯାଇଥିଲା। ଅଗ୍ନିକାଣ୍ଡରେ ୩ ବଖରା ଘର ସହ ସେଥିରେ ଥିବା ଆସବାବପତ୍ର ପୋଡ଼ି ଯାଇଥିଲା। ଖବର ପାଇ ପର୍ଜଙ୍ଗ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ।

ସମ୍ବନ୍ଧିତ ଖବର