ଢେଙ୍କାନାଳ : ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ ଯୋରନ୍ଦା ରୋଡ୍ ଷ୍ଟେସନ ପାଖରେ ଟ୍ରେନରେ କଟି ୨୪ଟି ମଇଁଷିଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଟି ମଇଁଷି ଗୁରୁତର ଆହତ ହୋଇଛନ୍ତି ।
/sambad/media/post_attachments/wp-content/uploads/2020/11/dead-boffalo.jpg)
ମିଳିଥିବା ସୂଚନା ମୁତାବକ, ଗୋବିନ୍ଦପୁର ଗ୍ରାମର ସନ୍ତୋଷ ସ୍ୱାଇଁ ଋଣ କରି ୨୬ଟି ମଇଁଷି ଆଣିଥିଲେ । ସବୁ ଦିନ ଭଳି ଆଜି ମଇଁଷିଗୁଡିକ ଚରିବା ପାଇଁ ଘର ପାଖ ଜଙ୍ଗଲକୁ ଯାଇଥିଲେ । ଆଜି ମଇଁଷିମାନେ ଚରିସାରି ଅପରାହ୍ଣ ୪ଟା ବେଳକୁ ଘରକୁ ଫେରୁଥିବା ବେଳେ ବାଟରେ ଯୋରନ୍ଦା ଷ୍ଟେସନ ନିକଟରେ ଲାଇନ ପାର ହେଉଥିଲେ । ଏହି ସମୟରେ ଭୁବନେଶ୍ୱରରୁ ରାଉରକେଲା ଯାଉ ଥିବା ଇଣ୍ଟରସିଟି ଏକ୍ସପ୍ରେସ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ୨୪ଟି ମଇଁଷି ଘଟଣାସ୍ଥଳରେ ପ୍ରାଣ ହରାଇ ଥିବାବେଳେ ଦୁଇଟି ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କର ଗୋଡ଼ଗୁଡିକ କଟି ଯାଇଥିବା ବେଳେ ଦେହରେ ଗୁରୁତର ଆଘାତ ଲାଗିଛି । ଘଟଣାସ୍ଥଳରେ ରେଲୱେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/buffalo-group-death-27_thumb.jpg)