ଖମାର,: ଖମାର ରେଞ୍ଜ ବକଟା ଜଙ୍ଗଲରେ ଏକ ଦନ୍ତା ହାତୀକୁ ଶିକାରୀମାନେ ମାରି ଏହାର ଦୁଇ ଦାନ୍ତ ଉପାଡ଼ି ନେଇଛନ୍ତି। ହେଲେ ଉକ୍ତ ଜଙ୍ଗଲରେ ସ୍କ୍ବାଡ୍ ଥିବା ସତ୍ତ୍ବେ ଏ ସଂପର୍କରେ ବନ ବିଭାଗ ଜାଣି ପାରିଲା ନାହିଁ। ଜଙ୍ଗଲରେ ମରିପଡ଼ିଥିବା ଏହି ହାତୀ ସଂପର୍କରେ ଗତକାଲି ଗ୍ରାମବାସୀଙ୍କଠାରୁ ଖବର ପାଇ ଆଜି ବନ ଅଧିକାରୀ ଓ କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇଥିଲେ। ସେଠାରେ ମୃତ ହାତୀକୁ ଠାବ କରିଥିଲେ। ମୃତ ଦନ୍ତାର ବୟସ ପ୍ରାୟ ୪୦ ବର୍ଷ ହେବ। ବାରହା ଶିକାରୀମାନେ ବିଦ୍ୟୁତ୍ କରେଣ୍ଟ ଦ୍ବାରା ହାତୀଟିକୁ ମାରି ଦାନ୍ତ ଦୁଇଟିକୁ ନେଇଯାଇଥିବା ସନ୍ଦେହ କରାଯାଉଛି।
ଖମାର ବନ ବିଭାଗ ଅଧିକାରୀ ରମାକାନ୍ତ ସେଠୀଙ୍କ ସୂଚନା ଅନୁଯାୟୀ, ଗତକାଲି ରଜଡ଼ଙ୍ଗ ପଞ୍ଚାୟତର ବକଟା ଜଙ୍ଗଲରେ ଏକ ଦନ୍ତା ହାତୀ ମରିଥିବା ଖବର ମିଳିଥିଲା। ପରେ ବନ କର୍ମଚାରୀମାନେ ଜଙ୍ଗଲରେ ପହଞ୍ଚି ମୃତ ହାତୀକୁ ଠାବ କରିଥିଲେ। ଦନ୍ତାର ଦୁଇଟି ଦାନ୍ତକୁ କେହି ଦୁର୍ବୃତ୍ତ କାଢ଼ି ନେଇଥିଲା। ଆଜି ଦେବଗଡ଼ ଡିଏଫଓ କାର୍ତିକ ଚନ୍ଦ୍ର ସାମନ୍ତରାୟ ଓ ଖମାର ପୁଲିସ ଉପସ୍ଥିତିରେ ହାତୀର ଶବ ବ୍ୟବଚ୍ଛେଦ କରାଯାଇଥିଲା। ହାତୀ ଶରୀରର କୌଣସି ସ୍ଥାନରେ କ୍ଷତ ଚିହ୍ନ ନଥିଲା। କେବଳ ଦାନ୍ତକୁ କାଢି ନେବା ବେେଳ ସେଠାରେ କ୍ଷତ ଚିହ୍ନ ଥିବା ଦେଖାଯାଇଥିଲା। ଏ ସଂପର୍କରେ ଖମାର ପ୍ରାଣୀ ଚିକିତ୍ସକ ଡାକ୍ତର ନିରୋଜ ସାହୁଙ୍କୁ ପଚାରିବାରୁ ସେ କହିଥିଲେ, ୫।୬ ଦିନ ପୂର୍ବରୁ ହାତୀଟିର ମୃତ୍ୟୁ ଘଟିଥିବାରୁ ଏହାର ଶରୀର ପଚିଯାଇଛି। ହାତୀ ଦେହରେ ଗୁଳିବିଦ୍ଧ ହେବାର କୌଣସି ଚିହ୍ନ ମିଳି ନାହିଁ। ଏହାର ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ଅନ୍ୟପକ୍ଷରେ ବାରହା ଶିକାରୀମାନେ ୧୧ କେଭି ବିଦ୍ୟୁତ୍ କରେଣ୍ଟ ଦେଇ ହାତୀଟିକୁ ମାରି ଦାନ୍ତ ଦୁଇଟିକୁ ନେଇଯାଇଥିବା ଗ୍ରାମବାସୀ ସନ୍ଦେହ କରିଛନ୍ତି। ଏହାର ବିଧିବଦ୍ଧ ତଦନ୍ତ କରି ଆବଶ୍ୟକ ପଦେକ୍ଷପ ନେବାକୁ ସାଧାରଣରେ ଦାବି ହେଉଛି।
ଦନ୍ତା ମାରି ନେଇଗଲେ ଦାନ୍ତ
ଜାଣି ପାରିଲାନି ବନ ବିଭାଗ O ବିଦ୍ୟୁତ୍ କରେଣ୍ଟରେ ହତ୍ୟା ସନ୍ଦେହ
/sambad/media/post_attachments/wp-content/uploads/2018/11/dhenkanal-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)