ଦନ୍ତାହାତୀ ହାବୁଡ଼ରେ ପଡ଼ି ବୃଦ୍ଧ ନିହତ

ଢେଙ୍କାନାଳ: ଶୁକ୍ରବାର ସକାଳେ ଗଦାଶିଳା ସେକ୍‌ସନ୍‌ କାଉଁରିଆପାଳ ବିଟ୍‌ ଅନ୍ତର୍ଗତ ବଳରାମପୁର ଗ୍ରାମର ଜଣେ ବୟସ୍କ ବ୍ୟକ୍ତି ଗୋଟାଏ ଦନ୍ତାହାତୀ ହାବୁଡ଼ରେ ପଡ଼ି ପ୍ରାଣ ହରାଇଛନ୍ତି।

ମୃତ ବ୍ୟକ୍ତି ହେଉଛନ୍ତି ୭୫ ବର୍ଷିୟ ସୁରେନ୍ଦ୍ର ପରିଡ଼ା। ଆଜି ସକାଳ ୬: ୩୦ ପରେ ସୁରେନ୍ଦ୍ର ଆମ୍ବ ଗୋଟାଇବା ପାଇଁ ତୋଟାକୁ ଯାଇଥିବା ବେଳେ ସେ ଦନ୍ତାହାତୀ ହାବୁଡ଼ରେ ପଡ଼ିଯାଇଥିଲେ।

ହାତୀଟି ଦଳିଚକଟି ତାଙ୍କ ଗଣ୍ଡିମୁଣ୍ଡ ଅଲଗା କରି ପକାଇଛି।

ଖବର ପାଇ ବନବିଭାର କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇଛନ୍ତି।

ସମ୍ବନ୍ଧିତ ଖବର