କିଶୋରନଗର: କିଶୋରନଗର ଷ୍ଟେଟ ବ୍ୟାଙ୍କ ଶାଖା ସମ୍ମୁଖ ରସ୍ତାରୁ ଆଜି ମଧ୍ୟାହ୍ନରେ ପୁଲିସ ଏକ ମଟରସାଇକେଲ୍ ସହ ସେଥିରେ ନିଆଯାଉଥିବା ଗଞ୍ଜେଇ ଜବତ କରିଛି। ଏ ଘଟଣାରେ ପୁଲିସ ଦୁଇଜଣଙ୍କୁ ଗିରଫ କରିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଏକ ମଟରସାଇକେଲ୍ରେ ଗଞ୍ଜେଇ ନିଆଯାଉଥିବା ଖବର ପାଇବା ପରେ କିଶୋରନଗର ଥାନାଧିକାରୀ ପ୍ରତିଭା ମାଝି, ଏଏସ୍ଆଇ ସୁମନ୍ତ କୁମାର ଦାଶ, ହାବିଲଦାର ବିଭୂତି ପ୍ରଧାନ ପିଛା କରିଥିଲେ। କିଶୋରନଗର ଷ୍ଟେଟ ବ୍ୟାଙ୍କ ଶାଖା ସମ୍ମୁଖ ରାସ୍ତାରେ ଉକ୍ତ ମଟରସାଇକେଲ୍(ଓଡି୨୭-୩୪୦୫) ଏବଂ ସେଥିରୁ ୧୦ କିଲୋ ଗଞ୍ଜେଇ ଜବତ କରାଯାଇଛି। ଗଞ୍ଜେଇ ନେବା ଅଭିଯୋଗରେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖଣ୍ଡହତା ଗାଁର ଧରମା ବଘାର(୨୫) ଓ ସିଦ୍ଧାନ୍ତ ବଘାର(୨୦)ଙ୍କୁ ଗିରଫ କରାଯାଇଛି। ଯୁବକ ଦୁଇଜଣ ବୌଦ୍ଧରୁ କଟକ ଅଭିମୁଖେ ଯାଉଥିଲେ ବୋଲି ପୁଲିସ ପ୍ରକାଶ କରିଛି।
ବାଇକ୍ ସହ ଗଞ୍ଜେଇ ଜବତ; ୨ ଗିରଫ
/sambad/media/post_attachments/wp-content/uploads/2018/01/police-cartoon-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)