ଭୁବନ(କୃଷ୍ଣଚନ୍ଦ୍ର ସାହୁ): ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଉପଖଣ୍ଡ ଅନ୍ତର୍ଗତ ଭୁବନ ଅଞ୍ଚଳରେ ପୋଖରୀକୁ ଶୌଚ ହେବାକୁ ଯାଇ ପାଣିରେ ବୁଡ଼ିଯାଇଛନ୍ତି। ଭୁବନ ଥାନା ଅଧିନ ମଠକରଗୋଳା ପଚାଂୟତର କରଡାପାଳ ଗ୍ରାମର ୨ ନାବାଳିକା ପୋଖରୀକୁ ସନ୍ଧ୍ୟା ୫ଟା ୩୦ରେ ଶୌଚ ହେବାକୁ ଯାଇଥିବାବେଳେ ମୃତ୍ୟୁର ଶିକାର ହୋଇଥିବା ଜଣାପଡ଼ିଛି। ପାଣିରେ ବୁଡିଯାଇଥିବା ନାବାଳିକାମାନେ ହେଲେ ଦୁଇଭଉଣୀ ।
ଖବରନେବାରୁ ଜଣାଯାଏ ଯେ ଅନୁଗୁଳ ଜିଲ୍ଲାର ତାଳଚେର ବାଘୁଆବୋଲ ଅଂଚଳର ଗୋପୀ ବରୁଆ ପତ୍ନୀ ରୀନା ବରୁଆଙ୍କ ସହିତ ଷଢୁ କୈଳାସ ଗୁଇଆ ଘରକୁ ରାକ୍ଷୀପୂର୍ଣ୍ଣାମା ପାଇଁ ଦୁଇ ଝିଅଙ୍କୁ ସାଥୀରେ ନେଇଆସିଥିଲେ । ୨ ନାବାଳିକା ଭଉଣୀମାନେ ସେମାନଙ୍କର ମାଉସୀ ପୁଅ ଭାଇଙ୍କୁ ରାକ୍ଷୀ ବାନ୍ଧି ଥିଲେ।
/sambad/media/post_attachments/wp-content/uploads/2018/08/bapa-gopi-barua-maa-rina-barua-300x248.jpg)
ଗୋପୀ ବରୁଆଙ୍କ ସାନ ଝିଅ ରାଧା ବୟସ ୫ ଗାଁ ପୋଖରୀକୁ ସନ୍ଧ୍ୟାରେ ଶୈାଚ କରିବାକୁ ଯାଇଥିଲେ । ଗୋଡ଼ ଖସିଯିବାରୁ ପାଣି ଭିତରକୁ ଚାଲିଯାଉଥିବା ଜାଣିପାରି ବଡଭଉଣୀ ଲକ୍ଷ୍ମୀ (୧୦) ସାନ ଭଉଣୀକୁ ଉଦ୍ଧାର କରିବାକୁ ଯାଇ ପୋଖରୀ ମଧ୍ୟକୁ ପଶି ଯାଇଥିଲେ । ପାଣିରେ ବୁଡିଯାଇ ଦୁଇ ଭଉଣୀଙ୍କର ମୃତୁ ଘଟିଥିଲା। ସାନ ଭଉଣୀକୁ ଗ୍ରାମବାସୀଙ୍କ ସହାୟତାରେ ମଠକେଗୋଳା ଯୁବବାହନିର ସଭାପତି ଯଶୋବନ୍ତ ନାରୟଣ ସାହୁ ଉଦ୍ଧାର କରିଥିବାବେଳେ ବଡ ଭଉଣୀକୁ ଭୁବନ ଦମକଳ ବାହିନୀର କର୍ମଚାରୀ ମାନେ ଉଦ୍ଧାର କରିଥିଲେ । ୨ଟି ଯାକ ଝିଅକୁ ହରାଇ ଗୋପୀ ବରୁଆ ଓ ପତ୍ନୀ ରୀନା ବରୁଆ ଭାଙ୍ଗି ପଡ଼ିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/01Drown-2.jpg)