କାମାକ୍ଷାନଗର: ପାଣି ପାଇଁ ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ

କାମାକ୍ଷାନଗର: ପାଣି ପାଇଁ ଜାତୀୟ ରାଜପଥ-୫୩ ଅବରୋଧ କଲେ ଗ୍ରାମବାସୀ। ସୂଚନା ଅନୁସାରେ କାମାକ୍ଷାନଗର ଥାନା ବାଉଁଶପାଳ ପଞ୍ଚାୟତର ଶବର ସାହିର ଶତାଧିକ ମହିଳା ଓ ପୁରୁଷ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ବାଉଁଶପାଳ ଛକ ନିକଟରେ  ଜାତୀୟ ରାଜପଥ-୫୩ ଅବରୋଧ କରିଥିଲେ। ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ପରେ ବି କୌଣସି ସମାଧାନ ନହେବାରୁ  ଶବର ସାହିର ବାସିନ୍ଦାମାନେ ଜାତୀୟ ରାଜପଥକୁ ପ୍ରାୟ ଏକ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ରାସ୍ତା ଅବରୋଧ କରିଥିଲେ।

ଏହାଫଳରେ ଅନଗୁଳ ଓ ଯାଜପୁର ରୋଡ଼ ମଧ୍ୟରେ ଯାନବାହାନ ଚଳାଚଳ ବ୍ୟାହତ ହୋଇଥିଲା।  ରାସ୍ତାର ଉଭୟ ପାର୍ଶ୍ଵରେ ଶତାଧିକ ଯାନବାହାନ ଅଟକି ରହିଥିଲା। ଖବର ପାଇ କାମାକ୍ଷାନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ସରପଞ୍ଚଙ୍କ ପ୍ରତିନିଧିଙ୍କ ମାଧ୍ୟମରେ ପାନୀୟ ଜଳର ସୁବିଧା କରିବା ପାଇଁ ପ୍ରତିଶ୍ରୁତି ଦେବାପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା।

ସମ୍ବନ୍ଧିତ ଖବର