କାମରେ ଆସୁନି ଜଳସେଚନ ପ୍ରକଳ୍ପ:ଲକ୍ଷ ଲକ୍ଷ ଟଙ୍କା ବିଲ୍ ନେଇ ଠିକାଦାର ଛୁ

ଚାଷୀ ହତାଶ

କିଶୋରନଗର, ୨୭ା୬ (ଇମିସ): ରାଜ୍ୟ ସରକାର ଜଳସେଚନର ସୁବିଧା ପାଇଁ କୋଟି କୋଟି ଟଙ୍କା ଅର୍ଥ ବ୍ୟୟରେ  ପ୍ରକଳ୍ପ ନିର୍ମାଣ କରୁଛନ୍ତି। ହେଲେ ଅନେକ ଜାଗାରେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ  ଅବହେଳାରୁ ପ୍ରକଳ୍ପ କାମ ଅଧାରେ ପଡ଼ିରହିଛି ତ ଆଉ କେଉଁଠି ପାଇପ୍‌ ଫାଟି ଜମିକୁ ପାଣି ଯାଇପାରୁ ନାହିଁ।  ଏପରି  ଘଟଣା ଘଟିଛି ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ୍ ଅଞ୍ଚଳରେ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଏହି ବ୍ଲକର ବିଭିନ୍ନ ନଦୀରେ ପ୍ରାୟ ୫୮ଟି ପ୍ରକଳ୍ପ ହାତକୁ ନେଇ ଜମିକୁ ଜଳସେଚନ ସୁବିଧା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରହିଛି। ଏଥିରୁ ପ୍ରାୟ  ୫୦ ପ୍ରତିଶତ  ପ୍ରକଳ୍ପର  ନିମ୍ନମାନର କାମ ଯୋଗୁଁ ପାଣି ପାଇପ୍‌ ଫାଟି ଜମିକୁ ଜଳସେଚନ ବ୍ୟବସ୍ଥା ହୋଇପାରୁ ନଥିବା ଅଭିଯୋଗ ହେଉଛି। ଗତ ମାସ କିଶୋରନଗର ପଞ୍ଚାୟତ ସମିତି ବୈଠକରେ ଏପରି ଅଭିଯୋଗ ଉଠାଇଥିଲେ ଜିଲ୍ଲା ପରିଷଧ ସଭ୍ୟ ଅର୍ଜୁନ ପାଣ୍ତେ। ସୂଚନା ଅନୁଯାୟୀ ଏହି ବ୍ଲକ୍‌ର ରଣିଆକଟା ପଞ୍ଚାୟତର ମୟୂରକାଚେଣୀ ପ୍ରକଳ୍ପ ପାଇଁ ୨୦୧୫-୧୬ ଆର୍ଥିକ ବର୍ଷରେ ୧୩ ଲକ୍ଷ ୬୬ ହଜାର ଟଙ୍କା, ରାଇବାହାଳ ପ୍ରକଳ୍ପ ପାଇଁ ୨୦୧୫-୧୬ ଆର୍ଥିକ ବର୍ଷରେ ୧୩ ଲକ୍ଷ ବ୍ୟୟ ଅଟ୍ଟକଳରେ ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା। ହେଲେ ରାଇବାହଳ ପ୍ରକଳ୍ପ ଦ୍ବାରା ଜମିକୁ ପାଇପ୍‌ ଯୋଗେ ପାଣି ଯିବାର ନାମ ଗନ୍ଧ ନାହିଁ। ଏହି ପ୍ରକଳ୍ପ ମୁକୁଳା ହୋଇ ପଡ଼ିରହିଛି। ପ୍ରକଳ୍ପ କାର୍ଯ୍ୟ ନିମ୍ନମାନର ହୋଇଥିବା ଯୋଗୁଁ ପାଣି ପାଇପ୍‌ ଗୁଡ଼ିକ ଫାଟି ଜମିକୁ ପାଣି ଯିବାତ ଦୂରର କଥା ନିର୍ମିତ ଟାଙ୍କିଗୁଡ଼ିକୁ ପାଣି ଆସିପାରୁନାହିଁ ବୋଳି ଅଭିଯୋଗ ହେଉଛି। ୨୦ ହେକ୍ଟର ଜମିରେ ଜଳସେଚନ ସୁବିଧା ପାଇଁ ଉଦ୍ଦିଷ୍ଟ ଥିବା ଏହି ପ୍ରକଳ୍ପ କାହା ସ୍ବାର୍ଥରେ ନିର୍ମିତ ବୋଲି ଚାଷୀଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମୟୂରକାଚେଣୀ ପ୍ରକଳ୍ପର ମଧ୍ୟ ସେହି ଅବସ୍ଥା। ୫୦ ଏକରରୁ ଅଧିକ ଚାଷଜମିରେ ପାଣି ମାଡ଼ିବା ପାଇଁ ୧୩ ଲକ୍ଷ ୬୬ ହଜାରର ପ୍ରକଳ୍ପ ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ବସିଲାଣି। ପାଇପ୍‌ ଗୁଡ଼ିକ ଫାଟି ଯିବା ଦ୍ବାରା ଜମିକୁ ଜଳସେଚନ ବ୍ୟବସ୍ଥା ଠପ୍‌ ହୋଇଯାଇଛି। ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ମଧୢ କେହି ଶୁଣୁନାହାନ୍ତି ବୋଲି ଚାଷୀମାନେ  ଅଭିଯୋଗ କରିଛନ୍ତି। ସେହିପରି ରଣିଆକଟାରେ ୧୯୮୩-୮୪ ମସିହାରେ ନିର୍ମିତ ପ୍ରକଳ୍ପର ପୁନରୁଦ୍ଧାର କାର୍ଯ୍ୟ ୨୦୧୫-୧୬ ଆର୍ଥିକ ବର୍ଷରେ ୧୨ ଲକ୍ଷ ଟଙ୍କା ବ୍ୟୟରେ କରାଯାଇଥିଲା।   ହେଲେ ଏହି ପ୍ରକଳ୍ପର ପାଣି ପାଇପ୍‌ ଗୁଡିକ ଫାଟି ଯିବା ଦ୍ବାରା ଟାଙ୍କି ଗୁଡ଼ିକର ପାଣି ଆସି ପାରୁନାହିଁ। ଫଳରେ ଚାଷୀଙ୍କ ଜମିରେ ପାଣି ମାଡ଼ି ପାରୁନାହିଁ। ଏହି ପ୍ରକଳ୍ପ ଗୁଡ଼ିକର ଅବସ୍ଥା ନଦେଖି ଯନ୍ତ୍ରୀମାନେ କିପରି ଠିକାଦାରଙ୍କ ବିଲ୍‌ ପାସ କଲେ ସେ ନେଇ ଚାଷୀମାନେ ପ୍ରଶ୍ନ ଉଠାଇଛନ୍ତି।

ଏ ସ˚ପର୍କରେ ବ୍ଲକ୍‌ ଉଠା ଜଳସେଚନ ପ୍ରକଳ୍ପ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ସେ କହିଥିଲେ, ମୋ ଅମଳରେ ଏହି କାର୍ଯ୍ୟ ହୋଇ ନାହିଁ।  ତଥାପି   ସମ୍ପୃକ୍ତ ଠିକାଦାରଙ୍କୁ କହି ଏହାର ସୁବିଧା କରିବି ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର