ଢେଙ୍କାନାଳ: ଦନ୍ତାହାତୀ ଆକ୍ରମଣରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

କାମାକ୍ଷାନଗର: ଢ଼େଙ୍କାନାଳ ଜିଲ୍ଲାରେ ବୁଧବାର ଏକ ଦନ୍ତାହାତୀ ଆକ୍ରମଣରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ସ୍ୱାମୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମହାବିରୋଡ଼ ରେଞ୍ଜ ପରଜଙ୍ଗ କନ୍ଦରସିଂହା ଝରାସାହି ଗ୍ରାମରେ ଆଜି ସନ୍ଧ୍ୟାରେ ଦନ୍ତାହାତୀ ଆକ୍ରମଣରେ ସ୍ତ୍ରୀ ମୃତ ହୋଇଛି।

ସୂଚନା ଅନୁସାରେ ଗ୍ରାମର ସୁରେଶ ବେହେରା ଓ ତାଙ୍କ ପତ୍ନୀ ଚାଣ୍ଟି ବେହେରା ଧାନ ବିଲରୁ ବାହାରୁଥିବା ବେଳେ ଦନ୍ତା ମୁହଁରେ ପଡିଯାଇଥିଲେ। ସ୍ୱାମୀ-ସ୍ତ୍ରୀଙ୍କୁ ଦେଖିବା ମାତ୍ରେ ଦନ୍ତା ଆକ୍ରମଣ କରିବାକୁ ଗୋଡାଇ ଆକ୍ରମଣ କରିଥିଲା। ସ୍ତ୍ରୀ ଚାଣ୍ଟିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ସୁରେଶ ଗୁରୁତର ଆହତ ହୋଇଛନ୍ତି। ସୁରେଶଙ୍କୁ ପ୍ରଥମେ ପରଜଙ୍ଗ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

 

ଗତ ୧୦ ତାରିଖରେ କନ୍ଦରସିଂହା ଗ୍ରାମର ନିରୋପମା ବିଶ୍ୱାଳଙ୍କୁ ଏହି ଦନ୍ତା ହାତୀ ସକାଳୁ କଚାଡ଼ି ମରିଦେଇଥିଲା, ଯାହାକୁ ନେଇ ଉତ୍ତେଜିତ ଲୋକମାନେ ଭାଲୁମୁଣ୍ଡା ଛକରେ ୬ଘଣ୍ଟା ରାସ୍ତା ରୋକ କରିଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଗତ ୧୦ ତାରିଖରୁ ସେମାନେ ହାତୀ ଭୟରେ ଜୀବନ ବିତାଉଛନ୍ତି। ଖବର ପାଇ ମହାବିରୋଡ଼ ରେଞ୍ଜର ହରମୋହନ ନାୟକ ଯାଇ ଗୁରୁତାରଙ୍କୁ ମେଡିକାଲ ପଠାଇବା ସାଙ୍ଗକୁ ହାତୀର ଗତି ବିଧି ଉପରେ ନଜ଼ର ରଖିଛନ୍ତି।

ସମ୍ବନ୍ଧିତ ଖବର