ଭାପୁର: ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ଢେଙ୍କାନାଳ ସଦର ଥାନା ବାଲ୍ୟାମ୍ବା ନିକଟ ଭେଡ଼ାତୋଟାଠାରେ ଆଜି ପୂର୍ବାହ୍ଣରେ ଅଜଣା ଗାଡ଼ି ଧକ୍କାରେ ଜଣେ ମହିଳାଙ୍କର ପ୍ରାଣହାନି ଘଟିଛି। ମୃତ ମହିଳା ହେଉଛନ୍ତି କାକୁଡ଼ିଭାଗ ଗାଁର ଲୋଭା ସ୍ୱାଇଁ(୫୫)। ତାଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ଉତ୍ତ୍ୟକ୍ତ ଲୋକେ ୩ ଘଣ୍ଟା ରାସ୍ତା ଅବରୋଧ କରିଥିଲେ। ପୁଲିସ ସୂତ୍ରରୁ ପ୍ରକାଶ, ଲୋଭା ଅଚଳକୋଟ ଗାଁରୁ ତାଙ୍କ ସଂପର୍କୀୟଙ୍କ ଘରୁ ଆସି ନିଜ ଘରକୁ ଫେରିବାକୁ ଦିନ ପ୍ରାୟ ସାଢ଼େ ୧୦ଟାବେଳେ ରାସ୍ତା କଡ଼ରେ ବସ୍କୁ ଅପେକ୍ଷା କରିଥିଲେ। ଏହି ସମୟରେ ଆଠଗଡ଼ ଆଡ଼ୁ ଆସୁଥିବା କୌଣସିି ଗାଡ଼ି ତାଙ୍କୁ ଧକ୍କା ଦେଇ କିଛି ଦୂର ଘୋଷାଡ଼ି ନେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। କାକୁଡ଼ିଭାଗ ଗ୍ରାମବାସୀ ଓ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଥିଲେ। ପୁଲିସ ଅଧିକାରୀ କାଳନ୍ଦୀ ଚରଣ ରାଉତ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ଧକ୍କା ଦେଇଥିବା ଗାଡ଼ି ପଳାଇ ଥିବାରୁ ତାହାର ନମ୍ବର ଜଣାପଡ଼ିନାହିଁ। ମୃତକଙ୍କ ପରିବାରକୁ ରେଡକ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କା କ୍ଷତିପୂରଣ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ପ୍ରଦାନ ପରେ ଦିନ ୧ଟାବେଳେ ରାସ୍ତାରୋକ ହଟିଥିଲା। ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏ ସଂପର୍କରେ ତଦନ୍ତ ଚଳାଇଛି।
ଅଜଣା ଗାଡ଼ି ଧକ୍କାରେ ମହିଳା ମୃତ:କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ
/sambad/media/post_attachments/wp-content/uploads/2018/07/dhenkanal.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)