କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ମହାବିରୋଡ ଫ।ଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥ ୧୪୯ର ଭେଜିଆ ନିକଟରେ ରାସ୍ତାକଡ଼ ନାଳରେ ଜଣେ ମହିଳାଙ୍କ ମୃତଦେହ ଠାବ ହୋଇଛି। ତାଙ୍କର ଗୋଡ଼ ବନ୍ଧାଥିବାର ଦେଖିବାକୁ ମିଳିଛି। ଏଯାଏଁ ମହିଳାଙ୍କ ପରିଚୟ ମିଳିପାରି ନାହିଁ। ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବାର ସନ୍ଦେହ କରାଯାଉଛି।
ଆଜି ସକାଳୁ ସେଠାରେ ଗନ୍ଧ ହେବାରୁ ଲୋକମାନେ ମହିଳାଙ୍କ ମୃତଦେହ ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ। ମହିଳାଙ୍କର ପରିଚୟ ମିଳିପାରି ନାହିଁ । ତାଙ୍କର ଆନୁମାନିକ ବୟସ ୩୦ ବର୍ଷ ହେବ। ମହିଳାଙ୍କ ଗୋଡ଼କୁ ବାନ୍ଧି ଭେଜିଆ ରାଗରଗା ନାଳ ତଳକୁ ଫିଙ୍ଗାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/Untitled-5.png)