କାମାକ୍ଷାନଗର: ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଆଳତୁମା ଗାଁରେ କୂଅ ଖୋଳୁଥିବା ବେଳେ ଅଘଟଣ। ଅତଡ଼ା ଖସି ଚାପିହୋଇ ରହିଛନ୍ତି ଶ୍ରମିକ। ଶ୍ରମିକ ଜଣଙ୍କ ହେଲେ ଦିଗୁଡ଼ିଆ ସାହିର ଧୁଳିଆ ମଳିକ। କାମାକ୍ଷାନଗର ଅଗ୍ନିଶମ ବାହିନୀ ପହଞ୍ଚିବା ସହିତ ୩ଟି ଜେସିବି ମେସିନ୍ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳୁ କାମାକ୍ଷାନଗର ଦିଗୁଡ଼ିଆ ସାହିର ୫ଜଣ ଶ୍ରମିକ କୂଅ ଖୋଳିବାକୁ ଆସିଥିଲେ। ସେମାନେ ହେଲେ ଦେବରାଜ ମଳିକ, ଅଜୁ ମଳିକ, ରୋହିତ ମଳିକ, ଟୁଲୁ ସାହୁ ଓ କୂଅ ଭିତରେ ଚାପି ହୋଇ ରହି ଯାଇଥିବା ଧୁଳିଆ ମଳିକ। ଏହା ପୁରୁଣା କୂଅ ଥିବା ବେଳେ ପାଣି କମିଯିବାରୁ ଆଉ ଅଧିକ ଖୋଳିବା ବେଳେ ଘଟିଥିଲା ଅଘଟଣ। ଘଟଣାସ୍ଥଳରେ କାମାକ୍ଷାନଗର ପୁଲିସ ପହଞ୍ଚି ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Untitled-2.png)