ଖଜୁରିଆକଟା: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଠୋକର ପଞ୍ଚାୟତ ନୁଆଗ୍ରାମର ଶ୍ରୀଧର ସାମଲ (୩୫)ଙ୍କ ଆଜି ସକାଳେ ଗ୍ରାମ ନିକଟରେ ଥିବା କାଜୁ ଜଙ୍ଗଲରେ ମୃତ୍ୟୁ ହୋଇଛି।
ଘଟଣାରୁ ପ୍ରକାଶ ଯେ ଆଜି ସକାଳ ୯ଟା ପାଖାପାଖି ହେବ ଶ୍ରୀଧର ନିକଟରେ ଥିବା ନିଜ କାଜୁ ଜଙ୍ଗଲକୁ କାଜୁ ତୋଳିବାକୁ ଯାଇଥିବା ବେଳେ ଏକ ଦନ୍ତା ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ଦନ୍ତା ହାତୀଟି ଶ୍ରୀଧରଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲା। ଏହାଫଳରେ ଶ୍ରୀଧରଙ୍କ ଅନ୍ତ ବୁଜୁଳା ବାହାରି ଯାଇ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ସେ ମୂକ ଓ ବଧିର ହୋଇଥିବା ବେଳେ ଦିନ ମଜୁରିଆ ଭାବେ କାମ କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/elephant-narasinghpur-603x430-5.jpg)