ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା! ତିନି ଅଟକ

ଢେଙ୍କାନାଳ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା ହୋଇଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଢେଙ୍କାନାଳ ସଦର ଥାନା ବୋରାପଦା ଖମାର ଗାଁର ଯୁବକଙ୍କୁ ହତ୍ୟା ଅଭିଯୋଗ ହୋଇଛି। ଘରଠାରୁ ୪ କିଲୋମିଟର ଦୁରରେ ଥିବା ପରିତ୍ୟକ୍ତ କୂଅରେ ଫିଙ୍ଗି ଦିଆ ଯାଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ମୃତକଙ୍କ ନାମ ପୀତବାସ ଦାସ ବୋଲି ଜଣାଯାଇଛି।

ପୀତବାସ ଗତ ୩ ତାରିଖରୁ ନିଖୋଜ ଥିଲେ।୩ ତାରିଖ ଅପରାହ୍ନରେ ସେହି ଗାଁର କିଛି ଯୁବକଙ୍କ ସହ ତାଙ୍କର ଗାଁ ନିକଟରେ ଝଗଡ଼ା ହୋଇଥିଲା। ବହୁ ଖୋଜାଖୋଜି ପରେ ଆଜି ସକାଳେ ପରିବାର ଲୋକ ଘରଠାରୁ ବହୁ ଦୁରରେ ଥିବା ଏକ ପରିତ୍ୟକ୍ତ କୂଅ ଭିତରେ ମୃତଦେହ ଦେଖି ପୁଲିସକୁ ଖବର କରିଥିଲେ। ଘଟଣାସ୍ଥଳରେ ସଦର ଥାନା ପୁଲିସ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାରେ ତିନିଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର