ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଭୁବନ ବିଜ୍ଞପିତ ଅଞ୍ଚଳର ନଟାକଟା ମୌଜାରେ ଥିବା ଦେଶୀ ମଦ ଭାଟିରୁ ମଦ ପିଇ ଜଣେ ଯୁବକର ମୃତ୍ୟୁ ହୋଇଛି। ମୃତକ ହେଲେ ଦୟା ନାୟକଙ୍କ ପୁଅ ସନାତନ ନାୟକ।
ଆଜି ସକାଳେ ଗ୍ରାମବାସୀ ସନାତନ ନାୟକର ମୃତଦେହକୁ ଧରି ଡାକ୍ତରଖାନାକୁ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା କରିବା ପରେ ମୃତ ଘୋଷଣା କରିଥିଲେ। ମେଡିକାଲ କର୍ତ୍ତୃପକ୍ଷ ଶବ ବ୍ୟବଚ୍ଛେଦ ନକରି ଶବ ବୁହା ଗାଡ଼ିରେ ଘରକୁ ପଠାଇଦେଇଥିଲେ। ପରେ ସ୍ଥାନୀୟ ଲୋକ ଶବକୁ ନେଇ ଦେଶୀ ମଦ ଭାଟି ସାମ୍ନାରେ ରଖି ଆନ୍ଦୋଳନ ଚଳାଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/Untitled-design-13.png)