ଯୁବକଙ୍କୁ ଟାଙ୍ଗିଆରେ ଆକ୍ରମଣ

ପାଇକସାହି: ଠାକୁରଗଡ଼ ଥାନା ଲୁହୁରାପଡ଼ା ଗ୍ରାମର ରଞ୍ଜନ ନାୟକ(୨୬)ଙ୍କୁ ସେହି ଗ୍ରାମର କରୁଣା ପାତ୍ର ଶୁକ୍ରବାର ରାତିରେ ଏକ ଟାଙ୍ଗିଆରେ ଆକ୍ରମଣ କରିଥିବା ନେଇ ଶନିବାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଦୁଇବର୍ଷ ହେବ ଉଭୟଙ୍କ ପରିବାର ମଧ୍ୟରେ ବିବାଦ ଲାଗି ରହିଛି। ଶୁକ୍ରବାର ରାତିରେ ରଞ୍ଜନ ଏକୁଟିଆ ଥିବା ଦେଖି କରୁଣା ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲା।

ସମ୍ବନ୍ଧିତ ଖବର