ଢେଙ୍କାନାଳ: ଜିଲ୍ଲାର ପର୍ଜଙ୍ଗ ଥାନା ଅନ୍ତର୍ଗତ ଖଇରପଶି ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଶଶୁରଘର ଗାଁ ନିକଟସ୍ଥ ଏକ ବିଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଯୁବକଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି।
ସୂଚନା ମୁତାବକ, ମୃତ ଯୁବକ ଜଣକ ହେଉଛନ୍ତି ତାଳଚେର ଥାନା ହାଣ୍ଡି ଧୁଆ ଛକ ଅଞ୍ଚଳର ମିଥୁନ ବେହେରା। ମିଥୁନ ଦୁଇ ବର୍ଷ ହେବ ତାଙ୍କ ଶଶୁରଘରେ ରହି ଆସୁଥିବା ବେଳେ ଗତକାଲି ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ଦୁଇ ଦିନ ତଳୁ ପାରିବାରିକ ଝଗଡ଼ା ପାଇଁ ମିଥୁନ ନିଖୋଜ ଥିବା ତାଙ୍କ ପତ୍ନୀ ଅଭିଯୋଗ କରିଥିଲେ। ମିଥୁନଙ୍କୁ ତାଙ୍କ ଶଶୁରଘର ଲୋକ ମିଶି ହତ୍ୟା କରିଛନ୍ତି ବୋଲି ତାଙ୍କ ମାଆ ଥାନାରେ ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଆଧାରରେ ପୁଲିସ୍ ମାମଲା ରୁଜୁ କରିଛି। ଘଟଣାସ୍ଥଳରେ ବୈଜ୍ଞାନିକ ଦଳ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Untitled-13.jpg)