ବଜ୍ରାଘାତରେ ଟଳିପଡ଼ିଲେ ଯୁବକ

ଭୁବନ: ଗତକାଲି ବିଳମ୍ବିତ ରାତିରେ ଏକତାଳି ପଞ୍ଚାୟତ ନୟାନୀଳକଣ୍ଠପୁର ଗାଁରେ ବଜ୍ରପାତ ଯୋଗୁଁ ଜଣେ ଯୁବକଙ୍କ ପ୍ରାଣହାନି ଘଟିଛି। ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୩ଟାବେଳେ କାଳବୈଶାଖୀ ଝଡ଼ ହୋଇଥିଲା। ପ୍ରବଳ ବେଗରେ ପବନ ବହିବା ସହ ସାମାନ୍ୟ ବର୍ଷା ହୋଇଥିଲା। ନୟାନୀଳକଣ୍ଠପୁରର ବେଣୁଧର ମଲ୍ଲିକଙ୍କ ପୁଅ ଅମର ମଲ୍ଲିକ ଏହି ସମୟରେ ପରିସ୍ରା କରିବାକୁ ବାହାରକୁ ଉଠିଥିବାବେଳେ ବଜ୍ରପାତ ହେବାରୁ ସେ ଟଳିପଡ଼ିଥିଲେ। ପରିବାର ସଦସ୍ୟ ତାଙ୍କୁ ଭୁବନ ଡାକ୍ତରଖାନାରେ ଭର୍ତିକରିଥିଲେ। ଡାକ୍ତର କିନ୍ତୁ ଅମରଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଶବ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଛି। ଦଳିତ ବର୍ଗର ଯୁବକ ଅମର ପରିବାରର ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତିଥିଲେ। ମୂଲ ମଜୁରି ଲାଗି ସେ ପରିବାର ଚଳାଉଥିଲେ। ତାଙ୍କର ୨ଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି। ସେମାନେ ସ୍କୁଲ୍‌ରେ ପଢ଼ୁଛନ୍ତି। ଏ ପରିସ୍ଥିତିରେ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦିଆଯିବାକୁ ଅମରଙ୍କ ପତ୍ନୀ ମମତା ମଲ୍ଲିକ ପ୍ରଶାସନ ନିକଟରେ ଗୁହାରି କରିଛନ୍ତି ।

ସମ୍ବନ୍ଧିତ ଖବର