ବଜ୍ରପାତରେ ଯୁବକ ମୃତ

ଭୁବନ: ଭୁବନ ଥାନା ଭୁଷଳ ପଞ୍ଚାୟତ ଜୟପୁର ଗାଁର ବାବୁଲି ମାଝି (୪୨) ଆଜି ବଜ୍ରପାତରେ ପ୍ରାଣ ହରାଇଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ, ଅପରାହ୍ଣ ପ୍ରାୟ ୫ଟାବେଳେ ଅଞ୍ଚଳରେ ଘଡ଼ଘଡ଼ି ସହ ଅଳ୍ପ ବର୍ଷା ହୋଇଥିଲା। ବାବୁଲି ଗୋହିରା ନାଳରେ ଶୌଚ ‌େହାଇ ଘରକୁ ଫେରିବା ସମୟରେ ଗାଁ ପୋଲ ନିକଟରେ ତାଙ୍କ ଉପରେ ବଜ୍ରପାତ ହୋଇଥିଲା। ଫଳରେ ବାବୁଲି ଟଳିପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଭୁବନ ଡାକ୍ତରଖାନାରେ ଭର୍ତିକରିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବାବୁଲିଙ୍କ ଆର୍ଥିକ ଅବସ୍ଥା ଖୁବ୍‌ ଶୋଚନୀୟ। ତେଣୁ ସରକାରଙ୍କ ପକ୍ଷରୁ ତାଙ୍କୁ ସହାୟତା ଯୋଗାଇ ଦିଆଯିବାକୁ ବାବୁଲିଙ୍କ ପତ୍ନୀ ସୁଭଦ୍ରା ମାଝି ପ୍ରଶାସନ ନିକଟରେ ଗୁହାରି କରିଛନ୍ତି। ପୁଲିସ ଶବ ଜବତ କରିବା ସହ ଏ ସଂପର୍କରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର