ଜୟପୁର: କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜୟପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟ (ଡିଏଚଏଚ୍) ‘‘ଲକ୍ଷ୍ୟ’’ ପୁରସ୍କାର ପାଇବ। ପ୍ରସୂତି ଓମହିଳା ବିଭାଗରେ ସର୍ବୋତ୍ତମ ସେବା ଯୋଗାଇଥିବାରୁ ଏହି ପୁରସ୍କାର ପାଇବା ପାଇଁ ଚୟନ କରାଯାଇଛି। ପ୍ରତିବର୍ଷ ଡିଏଚଏଚ୍ କୁ ଏହି ବାବଦରେ ୩ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ମିଳିବ ବୋଲି ସିଡିଏମଓ ଡାକ୍ତର ଅରୁଣ କୁମାର ପାଢ଼ୀ କହିଛନ୍ତି। ଏହା ଆସନ୍ତା ୩ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ବର୍ଷ କାୟାକଳ୍ପ ପୁରସ୍କାରରୁ ବଂଚିତ ହୋଇଥିଲେ ହେଁ ଏହି ‘‘ଲକ୍ଷ୍ୟ’’ ସଫଳତା ମିଳିଥିବାରୁ ଏଠାରେ କାର୍ଯ୍ୟରତ ଡାକ୍ତର, ନର୍ସ ଓ କର୍ମଚାରୀ ଖୁସି ପ୍ରକଟ କରିଛନ୍ତି।
ଗତ ମାର୍ଚ୍ଚ ୨୩ ଓ୨୪ତାରିଖରେ କେନ୍ଦ୍ରୀୟ ଟିମ୍ ଏଠାକୁ ପରିଦର୍ଶନରେ ଆସି ଲେବର ରୁମ ପାଇଁ ୯୨ପ୍ରତିଶତ, ଏବଂ ଓପରେସନ୍ ଥିଏଟର (ଓଟି) ପାଇଁ ୯୧ପ୍ରତିଶତ ନମ୍ବର ପାଇ ପ୍ଲାଟିନମ୍ କାଟେଗୋରି ଦେଇଛନ୍ତି ବୋଲି କହିଛନ୍ତି ଡିଏମଓ ଡାକ୍ତର ଆରଏନ୍ ମିଶ୍ର। ଡାକ୍ତର, ନର୍ସ, ଆଟେଣ୍ଡାଣ୍ଟ, ସଫେଇ ଆଦି ପରିଚାଳନା କରୁଥିବା ସମସ୍ତ କର୍ମଚାରୀଙ୍କ ସହଯୋଗ ଫଳ। ଏହି ପୁରସ୍କାର ରାଶି ଲେବର ରୁମ୍ ଓ ଟି ପାଇଁ ଏହି ପ୍ରୋତ୍ସାହନ ରାଶି ୩ଲକ୍ଷ ଟଙ୍କା ମିଳିବ ଏବଂ ଏହାର ବିକାଶରେ ଏହା ଲାଗିବ। ଏଠାରେ କାର୍ଯ୍ୟରତ କରୁଥିବା କର୍ମଚାରୀ ମାନଙ୍କୁ ବି କିଛି ପ୍ରୋତ୍ସାହନ ରାଶି ଦିଅଯିବ। କାୟାକଳ୍ପ ରାଜ୍ୟ ଟିମ୍ ଡିଏଚଏଚ୍ ପରିଦର୍ଶନରେ ଆସି ୬୯.୭୭ପ୍ରତିଶତ ମାର୍କ ଦେଇଥିଲେ। ୭୦ପ୍ରତିଶତ ମାର୍କ ଆଣିଥିଲେ ଏହି ପୁରସ୍କାର ଡିଏଚଏଚ୍ ପାଇଥାନ୍ତା। ମାତ୍ର .୨୩ ପ୍ରତିଶତ ପାଇଁ ଏହି ପୁରସ୍କାର ପାଇବାରୁ ଡିଏଚଏଚ୍ ବଂଚିତ ହୋଇଥିଲା। ଏହି ପୁରସ୍କାର ନ ପାଇ ଡାକ୍ତର ଓ କର୍ମଚାରୀ ମାାନେ ନିରୁତ୍ସାହିତ ହେବା ସହ ଏହାକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ପ୍ରତିକ୍ରୀୟା ପ୍ରକାଶ ପାଇଥିଲା। ତେବେ ଲକ୍ଷ୍ୟ ପୁରସ୍କାର ପାଉଥିବାରୁ ବିଭିନ୍ନ ମହଲରେ ଶୁଭେଚ୍ଛା ଞାପନ କରାଯାଇଛି।