ଟ୍ରାଇ ସାଇକେଲ ପାଇଁ ସୋସିଆଲ ମିଡିଆରେ ଗୁହାରି କରିଥିଲେ ଦିବ୍ୟାଙ୍ଗ, ସହାୟତା ପ୍ରଦାନ କଲା ସାମାଜିକ ସଂସ୍ଥା

ଯାଜପୁର: ସୋସିଆଲ ମିଡିଆରେ ଗୁହାରି କରିବା ପରେ ଦିବ୍ୟାଙ୍ଗଙ୍କୁ ଏକ ଟ୍ରାଇ ସାଇକେଲ ମିଳଛି। ଏକ ସାମାଜିକ ସଂସ୍ଥା ସୋସିଆଲ ମିଡିଆ ପୋଷ୍ଟରୁ ଦିବ୍ୟାଙ୍ଗଙ୍କୁ ଟ୍ରାଇ ସାଇକେଲର ଆବଶ୍ୟକତା ଥିବା ନେଇ ସୂଚନା ପାଇବା ପରେ ତୁରନ୍ତ ସହଯୋଗର ହାତ ବଢ଼ାଇଛି।

ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଦାନଗଦି ବ୍ଲକ କୁମ୍ଭୀରଗାଡିଆ ପଂଚାୟତର ମାଟିଟିକର ଗ୍ରାମର ଜଣେ ଦିବ୍ୟାଙ୍ଗ ଗଣେଶ ଦଳାଇ ସୋସିଆଲ ମିଡ଼ିଆରେ ଏକ ଟ୍ରାଇ ସାଇକେଲ ପାଇଁ ଗୁହାରି କରିଥିଲେ। ସେ ଟ୍ରାଇ ସାଇକେଲ ପାଇଲେ ସ୍କୁଲ ଯିବେ ବୋଲି ମଧ୍ୟ କହିଥିଲେ। ଏହି ଖବର ପାଇ ଆଜି ଅଂଶୁମାନ ମେମୋରିଆଲ ଟ୍ରଷ୍ଟର ସମ୍ପାଦକ ହିମାଂଶୁ ଶେଖର ସାହୁଙ୍କ ପରାମର୍ଶ କ୍ରମେ ଟ୍ରଷ୍ଟର ସଦସ୍ୟମାନେ ଗଣେଶଙ୍କୁ ଟ୍ରାଇ ସାଇକେଲ୍‌ ପ୍ରଦାନ କରିଛନ୍ତି। ଟ୍ରଷ୍ଟର ସଦସ୍ୟମାନେ ତାଙ୍କୁ ଏକ ଟ୍ରାଇ ସାଇକେଲ ପ୍ରଦାନ କରିବା ସହ ତାର ପ୍ରତିପୋଷଣ ପାଇଁ ତାଙ୍କ ପରିବାର ବର୍ଗଙ୍କୁ ଦୁଇ ମାସର ରାସନ ସାମଗ୍ରୀ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର