ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ପାରାଦୀପ ଅଠରବାଙ୍କୀ ଅଞ୍ଚଳରେ ଟ୍ରକ ଚକାତଳେ ଚାପିହୋଇ ଜଣେ ମାଛ ବେପାରୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ମହେନ୍ଦ୍ର ଜେନା ।
ରବିବାର ଛାଡ଼ଖାଇ ଥିବାରୁ ଭୋରରୁ ସେ ସାଇକେଲ ଯୋଗେ ମାଛ ବିକ୍ରି କରିବାକୁ ଯାଉଥିଲେ । ରାସ୍ତାରେ ଏକ ଟ୍ରକ ତାଙ୍କ ଉପରେ ଚଢିଯାଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।
ଅଧିକ ପଢ଼ନ୍ତୁ: ରାଜଧାନୀରୁ ଗୁପ୍ତେଶ୍ୱର ଯିବାବେଳେ ଦୁର୍ଘଟଣା
ଦୁର୍ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିବାବେଳେ ଉତ୍ତ୍ୟକ୍ତ ଲୋକ ଅଠରବାଙ୍କୀ ରାସ୍ତା ଅବରୋଧ କରିଥିଲେ। ଖବର ପାଇ ପାରାଦୀପ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା। ଏହା ସହିତ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।
ଅଧିକ ପଢ଼ନ୍ତୁ: ପାଦ ତଳେ ତୁଳସୀ ରଖି ପୂଜା ପ୍ରସଙ୍ଗ: ମାମଲା ରୁଜୁ କଲା ଶିଶୁ ସୁରକ୍ଷା ଆୟୋଗ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2024/11/17/V2VBbZP4VZQDtlS9hdwm.jpeg)