ସୁନ୍ଦରଗଡ଼: ଆଜି ରାତି ସାଢେ ୮ଟାରେ ସୁନ୍ଦରଗଡ଼ ଟାଉନଥାନା ନୂଆପଡାରେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମହିଳା କିରାଣିଙ୍କ ମୃତ୍ୟୁ ହୋଇଯାଇଛି। ମୃତ ନାମ ପ୍ରମିଳା ସୋରେଙ୍ଗ (୨୨)। ସେ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟରେ ପାଠାଗାର ସହାୟିକା ଥିଲେ। ଭଡା ଘର ଛାତ ଉପରେ ବୁଲଥିବାବେଳେ ଏ ଅଘଟଣ ଘଟିଥିବା ଜଣାପଡିଛି। ଲାଠିକଟା ବ୍ଲକ୍ ଅସୁରଛାପଲର କୁନାଲ ସୋରେଙ୍ଗଙ୍କ ଝିଅ ପ୍ରମିଳା ଅନ୍ୟ ସହକର୍ମୀ ଶିବାନୀ ହାସଦା ସହ ସୁନ୍ଦରଗଡ଼ ସହରସ୍ଥିତ ନୂଆପଡାର ମାନସ ପଟେଲ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଭଡାରେ ରହୁଥିଲେ। ଆଜି ରାତି ୮ଟାରେ ଘର ଛାତ ଉପରେ ଶିବାନୀ ଓ ପ୍ରମିଳା ଫୋନରେ କଥା ହୋଇ ବୁଲୁଥିଲେ।
ଏହି ସମୟରେ ଛାତ ଉପର ଦେଇ ଯାଇଥିବା ୧୧ କେଭି ଜୀଵନ୍ତ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପ୍ରମିଳା ଜଳି ଯାଇଥିଲେ। ଶିବାନୀ ଓ ପାଖ ପଡୋଶୀ ଧାଇଁଯାଇ ତାଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ସେତେଵେଳକୁ ଶରୀର ୯୦ ଭାଗ ପୋଡି ଯାଇଥିଲା। ଗୁରୁତର ଅଵସ୍ଥାରେ ତାଙ୍କୁ ୧୦୨ ଆମ୍ଵୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ହସ୍ପିଟାଲ ପହଞ୍ଚିଲାବେଳକୁ ତାଙ୍କ ମୃତ୍ୟୁ ହୋଇଯାଇଥିଲା।
ଖବର ପାଇ ସଂସ୍କତି ଵିଭାଗର କର୍ମଚାରୀ ଡାକ୍ତରଖାନାରେ ପହଞ୍ଚିଛନ୍ତି। ଅନ୍ୟପଟେ ଘରମାଲିକ ଘଟଣା ସମ୍ପର୍କରେ ଟାଉନଥାନାରେ ଅଭିଯୋଗ କରିଵା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ପ୍ରମିଳା ଗରିଵ ପରିଵାରର ଏକମାତ୍ର ରୋଜଗାରକ୍ଷମ ଝିଅ ହୋଇଥିବାବେଳେ ସେ ଓଏଏସ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ତାଙ୍କ ମୃତ୍ୟୁରେ ଗରିବ ବାପା-ମା ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/death-in-electricity16_Thumb.jpg)