କୋରାପୁଟରେ ଡିଜେଲ ଦର ୧୦୨.୧୩

କୋରାପୁଟ: କୋରାପୁଟ ଜିଲ୍ଲାରେ ଡିଜେଲ ଦର ଶତକ ମାରିଛି। ଜିଲ୍ଲାରେ ବିଭିନ୍ନ ତେଲ ଟାଙ୍କିରେ ଦର ୧୦୨ ଟଙ୍କା ୧୩ ପଇସା ହୋଇଥିବା ଦେଖିବାକୁ ମିଳିଥିଲା। ପୂର୍ବରୁ ପେଟ୍ରୋଲ ୧୦୨ ଟଙ୍କା ରହିଥିବାବେଳେ ଆଜି ୧୦୨ ଟଙ୍କା ୪୩ ପଇସାରେ ପହଞ୍ଚିଛି। ଫଳରେ ଡିଜେଲକୁ ଇନ୍ଧନ ଭାବେ ବ୍ୟବହାର କରୁଥିବା ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି। କରୋନାର ଦ୍ବିତୀୟ ଲହର ଯୋଗୁଁ ପେଟପାଟଣା ଦୁଃଖ ରହିଥିବାବେଳେ ଏହି ଡିଜେଲ ଓ ପେଟ୍ରୋଲ ଦର ବୃଦ୍ଧି ଖାଉଟିଙ୍କୁ ପେଟକୁ ଲାତ ମାରିଛି। ଗତକାଲି ଡିଜେଲ ଦର ୯୯ ଟଙ୍କା ୯୩ ପଇସା ରହିଥିବାବେଳେ ଆଜି ୧୦୨ ଟଙ୍କା ୧୩ ପଇସାରେ ପହଞ୍ଚିଛି।

ସେହିପରି ୧୯ରେ ୯୯.୭୮, ୧୮ରେ ୯୯.୭୮, ୧୭ରେ ୯୯.୧୦, ୧୬ରେ ୯୯.୬୪,୧୫ରେ ୯୮.୯୬, ୧୪ରେ ୯୮.୯୬, ୧୩ରେ ୯୮.୯୬, ୧୨ରେ ୯୮.୬୮ ଓ ଜୁନ ୧୧ ତାରିଖରେ ୯୮ଟଙ୍କା ୫୯ ପଇସା ରହିଥିଲା। ସେହିପରି ପେଟ୍ର‌ୋଲ ଗତକାଲି ୧୦୨ ଟଙ୍କା ୧୭ ପଇସା ରହିଥିବା ଆଜି ୧୦୨ ଟଙ୍କା ୪୩ ପଇସାରେ ପହଞ୍ଚିଛି। ଜୁନ ୧୯ରେ ପେଟ୍ରୋଲ ଦର ୧୦୨ ଟଙ୍କା ୪ ପଇସା, ୧୮ରେ ୧୦୨.୪, ୧୭ରେ ୧୦୧.୩୯, ୧୬ରେ ୧୦୧.୯୫, ୧୫ରେ ୧୦୧.୧୩, ୧୪ରେ ୧୦୧.୧୩, ୧୩ରେ ୧୦୧.୧୮, ୧୨ରେ ୧୦୦.୮୮ ଓ ଜୁନ ୧୧‌ରେ ୧୦୦.୭୯ ଟଙ୍କା ରହିଥିଲା।

ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସକାଳ ଛଅଟା ବେଳେ ବଦଳିଯାଏ। ନୂତନ ଦର ସକାଳ ୬ ଟାରୁ ପ୍ରଯୁଜ୍ୟ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ।ଏହି ମାନଦଣ୍ଡ ଆଧାରରେ ତୈଳ କଂପାନିଗୁଡିକ ପ୍ରତିଦିନ ପେଟ୍ରୋଲ ଦର ଏବଂ ଡିଜେଲ ଦର ଠିକ୍ କରିବା କାର୍ଯ୍ୟ କରନ୍ତି। ଡିଲରମାନେ ହେଉଛନ୍ତି ପେଟ୍ରୋଲ ପମ୍ପ ଚଳାଉଥିବା ଲୋକ। ଗ୍ରାହକଙ୍କୁ ଟ୍ୟାକ୍ସ ଏବଂ ନିଜର ମାର୍ଜିନ ଯୋଡିବା ପରେ ସେମାନେ ଗ୍ରାହକଙ୍କୁ ଖୁଚୁରା ମୂଲ୍ୟରେ ବିକ୍ରି କରନ୍ତି। ଏହି ମୂଲ୍ୟ ପେଟ୍ରୋଲ ଦର ଏବଂ ଡିଜେଲ ଦରରେ ମଧ୍ୟ ଯୋଡି ହୋଇଛି।

ସମ୍ବନ୍ଧିତ ଖବର