ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ କାରଣରେ ଅନେକ ଜଣଙ୍କ ମୃତ୍ୟୁ ଘଟିଛି। ସେହି ମୃତ୍ୟୁ ମାମଲାକୁ ସବୁ ନିମ୍ନରେ ପ୍ରକାଶ କରାଯାଇଛି।

Advertisment

ମାଛ ଧରିବା ବେଳେ ନାଳରେ ବୁଡ଼ି ଯୁବକ ମୃତ
ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିଲେଶ୍ବର ପଞ୍ଚାୟତ କୃଷ୍ଣପାଲିର ଜଣେ ଯୁବକ ମାଛ ଧରିବା ବେଳେ ନାଳରେ ବୁଡ଼ି ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନାନୁସାରେ, କୃଷ୍ଣପାଲିର ସୁନୀଲ ବେହେରା (୩୫) ଜଣେ ମତ୍ସ୍ୟଜୀବୀ। ସେ ପ୍ରତ୍ୟେହ ଗାଁ ନିକଟ ଲକ୍ଷ୍ମୀ ନାଳକୁ ମାଛ ଧରିବାକୁ ଯାଆନ୍ତି। ରବିବାର ମାଛ ଧରୁଥିବା ସମୟରେ ସେ ନାଳ ପାଣିରେ ବୁଡ଼ି ଯାଇଥିଲେ। ଖବର ପାଇ ପରିବାର ଲୋକେ ନାଳରୁ ଉଦ୍ଧାର କରି ପୁରୁଣାକଟକ ଡାକ୍ତରଖାନାକୁ ନେଇଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁରୁଣାକଟକ ପୁଲିସ ଘଟଣାର ତଦନ୍ତ କରୁଛି। ସୋମବାର ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାଯାଇଛି। ସୁନୀଲଙ୍କ ପରିବାରରେ ମା’ଙ୍କ ସହ ପତ୍ନୀ ଓ ଛୋଟ ଛୋଟ ଦୁଇ ପୁଅ ଓ ​ଜଣେ ଝିଅ ରହିଛନ୍ତି। ମୃତ ସୁନୀଲଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ମୋବାଇଲରେ କ୍ରିକେଟ୍‌ ମ୍ୟାଚ୍‌ ଦେଖିବା କାଳ ହେଲା: ବାଇକ୍‌ ଧକ୍କାରେ ଚାଲିଗଲା ଜଣଙ୍କର ଜୀବନ
ରାଉରକେଲା: ଅନ୍ଧାର ରାତିରେ ରାସ୍ତା ପାର୍ଶ୍ବରେ ବସି ଭାରତ-ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ମ୍ୟାଚ୍‌ ଦେଖିବା ତିନି ସାଙ୍ଗଙ୍କ ପାଇଁ କାଳ ହୋଇଛି। ନିୟନ୍ତ୍ରଣ ହରାଇ ଏକ ମୋଟରବାଇକ୍‌ ତିନିଜଣଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଲହୁଣିପଡା ଥାନା ଅନ୍ତର୍ଗତ ଗମଲୋଇ ଗ୍ରାମର ସତ୍ୟ (ଟିନା) କିସାନ (୧୬)। ଅନ୍ୟ ଦୁଇ ସାଙ୍ଗ ତୋଫାନ କିସାନ ଓ ଆକାଶ ମୁଣ୍ଡା ଗୁରୁତର ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ବଣାଇ ଡାକ୍ତରଖାନା ଓ ପରେ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଲହୁଣିପଡ଼ା ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ମୋଟରବାଇକ୍‌କୁ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି। ମିଳିଥିବା ସୂଚନା ମୁତାବକ ରାତି ପ୍ରାୟ ୮ଟାରେ ଗମଲେଇ ଗ୍ରାମର ଟିନା, ତୋଫାନ, ଆକାଶଙ୍କ ସହ ଭୀଷ୍ମ କିସାନ, ଶ୍ରୀରାମ ବାରିକ ଗମଲେଇ ଗ୍ରାମଦେଇ ଯାଇଥିବା ରାସ୍ତାପାର୍ଶ୍ବ କୁକୁଡ଼ା ଫାର୍ମ ନିକଟସ୍ଥ ପୋଖରୀ ପାଖରେ ବସି ଭାରତ-ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ମ୍ୟାଚ୍‌ ଦେଖୁଥିଲେ। ଭାସ୍କର ସ୍ପଞ୍ଜ କାରଖାନା ପଟୁ ନରହରି କିସାନ ଦ୍ରୁତବେଗରେ ମୋଟରବାଇକ୍‌ରେ ଆସି ତିନି ସାଙ୍ଗକୁ ଧକ୍କା ଦେଇଥିଲେ। ଅନ୍ୟମାନେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ହେଲେ ଧାଡ଼ିର ପ୍ରଥମେ ବସିଥିବା ଟିନାଙ୍କୁ ଜୋର ଆଘାତ ଲାଗିଥିଲା। ଘଟଣାସ୍ଥଳରେ ମୋଟରବାଇକ୍‌ ଆରୋହୀ ନରହରି ଓ ଅନ୍ୟ ତିନି ସାଙ୍ଗ ରାସ୍ତା ଉପରେ ଗୁରୁତର ଅବସ୍ଥାରେ ପଡିଥିଲେ। ସ୍ଥାନୀୟ ଲୋକ ସେମାନଙ୍କୁ ଭାସ୍କର ସ୍ପଞ୍ଜ କାରଖାନାର ଆମ୍ବୁଲାନ୍ସ ଯୋଗେ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଟିନାର ମୃତ୍ୟୁ ହୋଇଥିଲା। ତା’ର ଅନ୍ୟ ଦୁଇ ସାଙ୍ଗଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ଆର୍‌ଜିଏଚ୍‌କୁ ସ୍ଥାନାନ୍ତର କରାଯାଇଥିଲା। ଅନ୍ୟ ପକ୍ଷରେ ବାଇକ ଚାଳକଙ୍କୁ ମଧ୍ୟ ରାଉରକେଲା ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି।

ଟ୍ରେନ୍ରେ କଟି ଅଜଣା ବ୍ୟକ୍ତି ମୃତ

ଝାରସୁଗୁଡ଼ା: ହାୱଡ଼ା-ମୁମ୍ବାଇ ରେଳପଥର ଧୁତରା ଓ ବାଗଡିହି ଷ୍ଟେସନ୍‌ ମଧ୍ୟ ଭାଗରେ ଥିବା ଡାଉନ ଲାଇନ୍‌ରେ ରବିବାର ଟ୍ରେନ୍‌ରେ କଟି ଜଣେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନାନୁସାରେ ଆଜି ସକାଳ ସାଢ଼େ ୯ଟା ବେଳେ ଜଣେ ବ୍ୟକ୍ତି ଡାଉନ୍‌ ଲାଇନ୍‌ର ଖୁଣ୍ଟ ନଂ. ୪୯୫/୨୪-୨୬ ନିକଟରେ ରେଳ ଧାରଣା ପାରି ହେଉଥିଲେ। ଏହି ସମୟରେ ଝାରସୁଗୁଡ଼ା-ହାଟିଆ ପାସେଞ୍ଚର ଟ୍ରେନ୍‌ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା। ଜିଆର୍‌ପି ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଜାରି ରଖିଛି। ଖେବଳ ଲେଖାଯିବା ପର୍ଯ୍ୟନ୍ତ ତାଙ୍କର ପରିଚୟ ମିଳିପାରି ନାହିଁ।

ଶ୍ବଶୁର ଘରକୁ ଆସି ଜ୍ବାଇଁର ଆତ୍ମହତ୍ୟା

ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଥାନା ରେମେଣ୍ଡା ପଞ୍ଚାୟତ ଅନ୍ତର୍ଗତ ପୁରୁଣା ଚାରମାଳର ସୁଦର୍ଶନ ସିଂହଦେଓ (୩୦)  ସାହାଡେରା ଜଙ୍ଗଲରେ ଆତ୍ମହତ୍ୟା କରିଛନ୍ତି। ପୁଲିସ ସୂଚନାନୁସାରେ ସୁଦର୍ଶନ ନିଜ ଶ୍ବଶୁର ଘର ଅଢ଼ାପଡ଼ାକୁ ଆସିଥିଲେ। ତେବେ ଶନିବାର ଅପରାହ୍‌ଣ ୪ଟାରେ କୌଣସି କାରଣକୁ ନେଇ ତାଙ୍କର ପାଟିତୁଣ୍ଡ ହୋଇଥିଲା। ଫଳରେ ସୁଦର୍ଶନ ରାଗି ଯାଇ ସାହାଡେରା ଜଙ୍ଗଲକୁ ଦୌଡ଼ି ଚାଲି ଯାଇଥିଲା। ଲୋକମାନେ ତାଙ୍କୁ ଖୋଜାଖୋଜି କରିଥିଲେ ହେଁ ପାଇନଥିଲେ। ରବିବାର ସକାଳୁ ଏକ ଗଛରେ ସେ ପ୍ଲାଷ୍ଟିକ୍‌ ରାଶି ସାହାଯ୍ୟରେ ଆତ୍ମହତ୍ୟା କରିଥିବା ଦେଖି ଶ୍ବଶୁର ଘର ଲୋକ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି।

କେନାଲରେ ବୁଡ଼ି ବୃଦ୍ଧ ମୃତ

ସମ୍ବଲପୁର: ସଦର ଥାନା ଅଧୀନ ରଙ୍ଗିଆଟିକରା ଗାଁ ନିକଟରେ ରବିବାର ଦିନ ଜଣେ ବୃଦ୍ଧଙ୍କ ମୃତଦେହ ଭାସୁଥିଲା। ଏ ନେଇ ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ମୃତକ ଜଣଖ ହେଉଛନ୍ତି
ଜମନକିରା ଟିକରାପଡ଼ା ଖର୍ସାଲମାଲ୍‌ର ଜ୍ୟୋତିସ ବାର୍ଲା(୬୦)। ପାଣିରେ ବୁଡ଼ି ତାଙ୍କର ମୃତ୍ୟୁ ଘଟିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି। ତାଙ୍କ ପୁଅଙ୍କ ଅଭିଯୋଗ ପରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି। ତେବେ ସେ କିଭଳି ପାଣିରେ ବୁଡ଼ିଲେ, ତାକୁ ନେଇ ପ୍ରଶ୍ନ