ଛାତିରେ ଆଙ୍କିଛି ପ୍ରିୟାର ଚିତ୍ର, ‘ମତେ ଦେଖ ପଛେ ଟାଟୁକୁ ଦେଖନି’

‘ତୋ ଭିତରେ ମୁଁ ରହିଛି, ମୋ ଭିତରେ ତୁ ରହିଛୁ, ତତେ ଛାଡି ରହିପାରେନା, ଛାତିରେ ଲେଖିଛି ତୋରି ନାଁ’ ସବ୍ୟସାଚୀ ଓ ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିନୀତ ଫିଲ୍ମ ‘ଛାତିରେ ଲେଖିଛି ତୋରି ନାଁ’ର ଶୀର୍ଷକ ଗୀତ ତ ଆପଣ ଶୁଣିଥିବେ | ଏଥିରେ ସବ୍ୟସାଚୀ କେବଳ ଅଭିନୟ କରିଥିଲେ | ହେଲେ ସେହି ଦିନଠାରୁ ପ୍ରେମକୁ କିଭଳି ଛାତିରେ ବି ଲିପିବଦ୍ଧ କରି ରଖିହେବ ସେହି ଚିନ୍ତାରେ ପଡିଯାଇଥିଲେ ଏହି ଯୁବକ | ଗୀତିକାର ଅରୁଣ ମନ୍ତ୍ରୀ ଗୀତ ଲେଖିଥିଲେ ସତ କିନ୍ତୁ ବାସ୍ତବରେ ଛାତିରେ ଖୋଦେଇଦେଇଥିଲେ ପ୍ରେମିକାଙ୍କ ନାମ | କେବଳ ନାମ ନୁହେଁ ବରଂ ତାଙ୍କ ଫଟୋର ଟାଟୁକୁ ବି ଖୋଦେଇଥିଲେ |

ଗତକାଲି ସମ୍ବଲପୁରର ଜମନକିରାରେ ଏମିତି ଜଣେ ପ୍ରେମିକଙ୍କୁ ପୁଲିସ ଅଟକ ରଖିଥିଲା ଯାହାଙ୍କ ନାମରେ ଟ୍ରକ ଡ୍ରାଇଭରଙ୍କୁ ମାରପିଟ ଭଳି ଅଭିଯୋଗ ଆସିଥିଲା | ଆଉ ଲୋକ ଯେତେବେଳେ ଟ୍ରକ ଡ୍ରାଇଭରଙ୍କୁ ଉକ୍ତ ଯୁବକ ଓ ତାଙ୍କ ସାଙ୍ଗ ମାଡ ମାରୁଥିବାର ଦେଖିଥିଲେ, ସେତେବେଳେ ସେମାନେ ନିର୍ଧୁମ ଛେଚିଥିଲେ | ପୁଲିସ ଯେତେବେଳେ ତାଙ୍କୁ ଗାଡ଼ିରେ ବସାଇ ନେଇଥିଲା ସେତେବେଳେ ଯୁବକ ଜଣକ ଟାଟୁକୁ ଲୁଚାଉଥିବାର ଦେଖିବାକୁ ମିଳିଥିଲା |

‘ଅପରାଧ କରିଛି ମତେ ଦେଖ, ଛାତିରେ ଆଙ୍କିଥିବା ପ୍ରିୟାର ଚିତ୍ର ଆଡେ ନଜର ପକାଅନି’ ଏହି କଥା ଯେମିତି ଯୁବକ ଜଣକ କହିବାକୁ ଚାଁହୁଥିଲେ | ଛାତିରେ ପ୍ରିୟାର ଟାଟୁ ସହ ଆଇ ଲଭ ୟୁ ପୂଜା ଲେଖାଥିବାବେଳେ, ଅପରାଧ କଲେ ବି ମୋର ହୃଦୟ ଅଛି | ଅପରାଧ କରିବାକୁ ସିନା ଡର ଲାଗୁନାହିଁ, ପ୍ରିୟାକୁ ଆଉ ଯେମିତି କେହି ନ ଦେଖନ୍ତୁ ସେ କଥା ବୋଧେ ସେ କହିବାକୁ ଚାଁହୁଥିଲେ | ସିନେମାର ରିଲ କାହାଣୀ ବନାମ ରିୟଲ ପ୍ରେମିକଙ୍କ ଷ୍ଟୋରି ସତରେ ନିଆରା |

ସମ୍ବନ୍ଧିତ ଖବର