ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲାରେ ମାହେଶ୍ୱରୀ ପରମ୍ପରାର ଏକ ସ୍ବତନ୍ତ୍ର ପରିଚୟ ରହିଛି। ବିଶେଷ ଭାବରେ ବୀରମହାରାଜପୁର ଅଞ୍ଚଳରେ ସ୍ତମ୍ବେଶ୍ବରୀ ସଂସ୍କୃତି ଅନନ୍ୟ ପରମ୍ପରା ରହିଛି। ପ୍ରାୟ ସମସ୍ତ ଦେବା ଦେବୀ ମନ୍ଦିର ସବୁଦିନ ଖୋଲା ରହିଥାଏ। ପ୍ରାତ ସ୍ନାନ ସାରି ପୂଜକମାନେ ସକାଳ ପୂଜା କରୁଥିବା ବେଳେ ସନ୍ଧ୍ୟାରେ ମଧ୍ୟ ସନ୍ଧ୍ୟା ଧୂପ କରାଯାଇ ପୂଜା କରାଯାଇଥାଏ। କିନ୍ତୁ ସ୍ଥମ୍ଵେଶ୍ବରୀ ସଂସ୍କୃତି ବା ମାହେଶ୍ୱରୀ ଠାକୁରାଣୀଙ୍କ ରିତିନିତି ଭିନ୍ନ ପ୍ରକାର। ମାହେଶ୍ଵରୀ ଠାକୁରାଣୀ ବର୍ଷକୁ ମାତ୍ର ଷୋହଳ ଦିନ ପୂଜା ପାଇଥାନ୍ତି। ଯାହାକୁ କି ଷୋଳ ପୂଜା ବୋଲି କୁହାଯାଇଥାଏ। ଆଶ୍ବୀନ କୃଷ୍ଣପକ୍ଷ ମୁଳାଷ୍ଟମୀ ବା ପୁଅ ଜିଉନ୍ତିଆ ଦିନ ସମସ୍ତ  ମାହେଶ୍ୱରୀ ଠାକୁରାଣୀ ମାନେ ଗ୍ରାମ ମାନଙ୍କରେ ଥିବା  ନଦୀ ନାଳ ବନ୍ଧ ମାନଙ୍କୁ ସ୍ନାନ ପାଇଁ ଯାଇଥାନ୍ତି। ଯାହାକୁ ଖଣ୍ଡାଧୁଆ ପର୍ବ ବୋଲି କୁହାଯାଇଥାଏ। ଏହା ପରେ  ମାହେଶ୍ୱରୀ ଠାକୁରାଣୀ ମାନଙ୍କ ଛତି, ଛତ୍ର, ବୈରଖ, ଖଣ୍ଡା ସହିତ, ମାହେଶ୍ୱରୀ ଠାକୁରାଣୀ ମାନଙ୍କ ପୂଜା କରିଥାନ୍ତି ଡୁମ୍ବାଳ ଜାତିର ଦେହୁରୀମାନେ।

Advertisment

ପ୍ରତିଦିନ ପଞ୍ଚ ବାଦ୍ୟ ସହ ଷୋଳ ଭଣ୍ଣି ବାଦ୍ୟ ବଜାଇ ଠାକୁରାଣୀ ମାନଙ୍କ ପୂଜା କରାଯାଇଥାଏ। ଏହାପରେ ଆଶ୍ବୀନ ଶୁକ୍ଳପକ୍ଷ ସପ୍ତମୀ ସନ୍ଧ୍ୟାରେ ସମସ୍ତ ମାହେଶ୍ୱରୀ ଠାକୁରାଣୀମାନେ ଗମ୍ଭୀରା ଶୀତରୁ ବାହାରି ବାହାରି ମଣ୍ଡପକୁ ବିଜେ କରିଥାନ୍ତି ଓ ସାଧାରଣ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି। ଏହାପରେ ଶୁକ୍ଳ ଅଷ୍ଟମୀ  ତିଥିରେ ମହାସ୍ନାନ ପାଇଁ ବାହାରକୁ ବାହାରି ଥାନ୍ତି ମାହେଶ୍ୱରୀ ଠାକୁରାଣୀ। ବୀରମହାରାଜପୁର ଅଞ୍ଚଳର ପ୍ରସିଦ୍ଧ ମାହେଶ୍ୱରୀ ପୀଠ କାନପୁର ମାହେଶ୍ୱରୀଙ୍କ ଠାରେ ପାଳିତ ହୋଇଥାଏ ମହାଖଳା ପୂଜା। ତାହେ କେଉଁ ଆବାହନ କାଳରୁ ପାଳିତ ହୋଇଆସୁଛି। କିନ୍ତୁ ମିଳିଥିବା ତଥ୍ୟ ଅନୁସାରେ ୧୭/୧୦/୧୮୭୮ ମସିହାରୁ ଏଠାକାର ମାହେଶ୍ବରୀ ମନ୍ଦିର ନିର୍ମାଣ କରିଥିଲେ ସୋନପୁର ମହାରାଜା। ଏଥିପାଇଁ ସ୍ବତନ୍ତ୍ର ଖଞ୍ଜା ରହିଛି ସେବାୟତ ମାନଙ୍କର। ସମସ୍ତଙ୍କୁ ସେବାୟତଙ୍କୁ ଜମି ଯୋଗାଇ ଦେଇଛନ୍ତି ମହାରାଜା। ସେଭଳି ଭାବରେ ଏବେବି ସମସ୍ତ ସେବାୟତ ସେମାନଙ୍କ କାର୍ଯ୍ୟ କରି ଆସୁଛନ୍ତି। କେବଳ ସୁବଣ୍ଣପୁର ଜିଲ୍ଲା ନୁହେ ବୌଦ୍ଧ ଜିଲ୍ଲା ତବଡ଼। ପଞ୍ଚରା ଇଲାକାର  ସେବାୟତ ମାନେ ମଧ୍ୟ ସାମିଲ ହୋଇଥାନ୍ତି ଏହି ମହାଖଳା ପୂଜାରେ।

ଠାକୁରାଣୀଙ୍କ ପୂଜା ଆରମ୍ଭ ହୋଇଥାଏ ଆଶ୍ବୀନ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଖଣ୍ଡାଧୁଆ ପର୍ବ। ଏହାପରେ ମହାଳୟା ତିଥିରେ ମାଙ୍କ ଖଣ୍ଡାଲେଉଟା ବା ପାର୍ଶ୍ଵ ପରିବର୍ତ୍ତନ କରିଥାନ୍ତି ଠାକୁରାଣୀ। ଶୁକ୍ଳ ଅଷ୍ଟମୀ ତିଥିରେ ଶୋଳପୂଜା ସମ୍ପୂର୍ଣ୍ଣ ହୋଇଥାଏ। ପୁଣି ଆଶ୍ବୀନ ଶୁକ୍ଳ ତ୍ରିଦିନାତ୍ମକ ପୂଜା ଆରମ୍ଭ ହୋଇଥାଏ। ଏହିଦିନ ମା ମାହେଶ୍ବରୀ ଠାକୁରାଣୀଙ୍କ ତିନୋଟି ଛତ୍ର ଆଲମ ଯେଉଥିରେ ନରଘଣ୍ଟା ପୃଜା ପାଇଥାନ୍ତି, କଳାଚତ୍ରରେ ପୂଜା ପାଇଥାନ୍ତି ମାହେଶ୍ବରୀ ଓ ଧଳା ଛତ୍ରରେ ପୂଜା ପାଇଥାନ୍ତି ପରମେଶ୍ବରୀ। ଏହି ତିନି ଛତ୍ର ପଞ୍ଚବାଦ୍ୟର  ଶୋହଳ ଭନ୍ନି ବାଦ୍ୟ ଭିତରେ ବାହାରି ମଣ୍ଡପ କୁ ବିଜେ କରି ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି ।ପୁଣି ପୁଣ୍ଣମୀ ତିଥି ସକାଳୁ ମହାଖଳା ପୂଜା ଆରମ୍ଭ ହୋଇଥାଏ। ଏହାର ସ୍ବତନ୍ତ୍ର ଜନ୍ତ୍ର ଚାଉଳ, ବେଲପତ୍ର ଓ ଫୁଲ ସାହାଯ୍ୟରେ ଏହି ପୂଜା ଦିନ ୩ଟା ପର୍ଯ୍ୟନ୍ତ ଚାଲେ। ଶେଷରେ ମା ମାହେଶ୍ବରୀଙ୍କ ସହିତ, ଦୁଇଟି ଟାଙ୍ଗିଆ, ଖଣ୍ଡା ଭିତର ମନ୍ଦିରରୁ ବାହାରିବାପରେ ତିନି ଥର ମନ୍ଦିର ପରିକ୍ରମା କରିଥାନ୍ତି। ଶେଷରେ ଆଗରୁ ବାହାରିଥିବା ତିନି ଛତ୍ର ତିନିଥର ବେଢ଼ା ପରିକ୍ରମା କଲାପରେ ସମସ୍ତ ଛତି, ଛତ୍ର, ଖଣ୍ଡା, ଟାଙ୍ଗିଆ ଓ ମାହେଶ୍ବରୀ ଏକ ବିରାଟ ଶୋଭାଯାତ୍ରାରେ ବାହାରିଥାନ୍ତି ଗାରେ ଥିବା ବାଉତି ବନ୍ଦକୁ। ଏହାପରେ ଦେମ୍ବୁଳକୁ ବିଜେ କରିଥାନ୍ତି ଠାକୁରାଣୀ। ଏଥିପାଇଁ ଗାର ଗୌନ୍ତିଆ ତଥା ବରିଷ୍ଠ ଆଇନଜୀବୀ ସ୍ବୟମ୍ଭୁନାଥ ଖଣ୍ଡଗିରୀ ଜେରା ପହରା କରିଥାନ୍ତି। ଏହାସହିତ କୃଷ୍ଣ ଅଷ୍ଟମୀ ରୁ ପୂଣ୍ଣମି ପର୍ୟ୍ୟନ୍ତ ଯାହା ଖର୍ଚ୍ଚ ମାଙ୍କ ପୃଜାରେ ଲାଗିଥାଏ ବହନ କରିଥାନ୍ତି, ମେଲ୍ଲି ସେବାୟତ ମାନେ ବଳି ଦେଇଥାନ୍ତି, ରବୀନ୍ଦ୍ର ଦେହୁରୀ ଓ ବିଷ୍ଣୁ ଚରଣ ଦେହୁରୀ ପୂଜା କାର୍ଯ୍ୟ କରିଥାନ୍ତି, ସେହିପରି ଭାବରେ ପାଢ଼ୀ ସେବାୟତ ଅଜିତ କୁମାର ଚାନ୍ଦ ସଙ୍କଳ୍ପ କରିବା ସହିତ ଅନ୍ନଭୋଗ କରିଥାନ୍ତି, ଧୋବା ସେବାୟତ କାଠ ଯୋଗାଇ ଥାନ୍ତି।

publive-image Sambad

ଗୁଡିଲିପ୍ତି ସେବାୟତ ମନ୍ଦିର ସଫାକରିବା ସହିତ ପାଣି ଓ ବାଳଭୋଗ ଦେଇଥାନ୍ତି, ଗଉଡ଼ ସେବାୟତ ଠାକୁରାଣୀଙ୍କ କାଠି, କାଠ ସହିତ ପତ୍ର ଯୋଗାଇଥାନ୍ତି ।ବାଦ୍ୟ କାର ସେବାୟତ ମାନେ ବାଦ୍ୟ ବଜାଇଥାନ୍ତି। ପଞ୍ଚରା ଇଲାକାର ସେବାୟତ ମାନେ ଚାଉଳ, ପାଟଗର୍ରା, ଘିଅ, ଖିର, ନଡିଆ, ଦହି, ଧୂପ ଯୋଗାଇଥାନ୍ତି। ଏହିସବୁ ଜିନିଷ ମିଶି ସ୍ବାଦିଷ୍ଟ ବେଶାଳି ଭୋଗ ନୁଆ ହାଣ୍ଡିରେ ରାନ୍ଧି ସାରିଲା ପରେ ମାହେଶ୍ବରୀଙ୍କୁ ଅର୍ପଣ କରାଯାଇଥାଏ ଓ ଏହିଭୋଗକୁ ସମସ୍ତଙ୍କୁ ଦିଆ ଯାଇଥାଏ। କାର୍ତ୍ତିକ ପ୍ରତିପତା ଦିନ ଠାକୁରାଣୀ ଗ୍ରାମ ପରିକ୍ରମା କଲାପରେ ମନ୍ଦିର ଭିତରକୁ ପ୍ରବେଶ କରିଥାନ୍ତି। ଏଥିପାଇଁ ବାଡ଼ି ଖେଳ, ସମର କଳା ପ୍ରଦର୍ଶନ, ସହିତ ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରୁଛି କମିଟି। ଯାତ୍ରାକୁ ଶାନ୍ତି ସୃଙ୍ଖଳା ସହିତ ସାରିବାପାଇ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି। ମାଙ୍କୁ ଦର୍ଶନ କରିବାପାଇଁ ବଲାଙ୍ଗୀର ପୂର୍ବତନ ସାଂସଦ କଳିକେଶ ନାରାରାୟଣ ସିଂହଦେଓଙ୍କ ସମେତ ବହୁମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ପ୍ରାୟ ୮ରୁ ୧୦ ହଜାର ଲୋକ ଏହି ଯାତ୍ରା ଦେଖିବାକୁ ଆସିଥିବା ଦେଖିବାକୁ ମିଳିଥିଲା। ଯେଉଁ ମାହେଶ୍ୱରୀ ପୀଠରେ ମହାଖଳା ପୃଜା ଅନୁଷ୍ଠିତ ହୋଇଥାଏ ତାହା ଆଶ୍ବୀନ ପୂର୍ଣ୍ଣିମା ତିଥିରେ ପୃଜା ସମାପନ କରାଯାଇଥାଏ।